ଆଇଏଏସ୍ ଅଫିସର୍‌ ସଂଘକୁ ସ୍କୁଲ୍‌ ଜମି ମିଳିବନି

Advertisment
ଆଇଏଏସ୍ ଅଫିସର୍‌ ସଂଘକୁ ସ୍କୁଲ୍‌ ଜମି ମିଳିବନି

icbse.com

ଭୁବ‌ନେଶ୍ବର : ୟୁନିଟ୍‌-୬ ବାଳିକା ହାଇସ୍କୁଲ୍‌ ଜମିରୁ କିଛି ଅଂଶ ଆଇଏଏସ୍‌ ଅଫିସର୍‌ ସଂଘକୁ ଦିଆଯିବା ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ଏ ନେଇ ବିଭିନ୍ନ ମହଲରୁ ପ୍ରତିବାଦ ହେଲା ପରେ ସଂଘର ଆବେଦନକୁ ସରକାର ଖାରଜ କରିଦେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଆଜି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ୟୁନିଟ୍‌-୬ରେ ସରକାରୀ ହାଇସ୍କୁଲ୍‌ ପାଇଁ ଦୁଇଟି ପ୍ଲଟ୍‌ ଉପରେ ମୋଟ୍‌ ୭.୬୭୫ ଏକର ଜାଗା ରହିଛି। ଏଥିରୁ ଗୋଟିଏ ପ୍ଲଟ୍‌ରେ ଥିବା ୨.୪୫୮ ଏକର ଜାଗା ମଧ୍ୟରୁ ଆଇଏଏସ୍‌ ଅଫିସର୍‌ ସଂଘକୁ ଟ୍ରାଞ୍ଜିଟ୍‌ ହାଉସ୍‌ ପାଇଁ ୧.୫ ଏକର ଜାଗା ଦିଆଯିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକ୍ରିୟା ଚାଲିଥିଲା। ଏହି ଜାଗାଟି ସରକାରୀ ବାଳିକା ହାଇସ୍କୁଲ୍‌ର ଖେଳ ପଡ଼ିଆ ପାଇଁ ଉଦ୍ଦିଷ୍ଟ ରହିଛି। ସଂଘକୁ ବିଧିବଦ୍ଧ ଭାବେ ଜମି ଆବଣ୍ଟନ ହୋଇ ନ ଥିଲେ ମଧ୍ୟ ବିଡିଏ ପକ୍ଷରୁ ସେହି ଜମିରେ ପାଚେରି ନିର୍ମାଣ ଆରମ୍ଭ କରାଯାଇଥିଲା। ଭୁବନେଶ୍ବରରେ ଏତେ ସରକାରୀ ଜମି ଥିବାବେଳେ କାହିଁକି ଗୋଟିଏ ସ୍କୁଲ୍‌ର ଜମି ଉପରେ ସଂଘର ଟ୍ରାଞ୍ଜିଟ୍‌ ହାଉସ୍‌ ନିର୍ମାଣ ପାଇଁ ସରକାର ଏତେ ଆଗ୍ରହ ପ୍ରକାଶ କରୁଛନ୍ତି, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ବିଭିନ୍ନ ମହଲରେ ତାହାକୁ ବିରୋଧ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe