The Indian Express
ଭୁବନେଶ୍ବର : ଖାଲି ସାଧାରଣ ଜନତା ନୁହନ୍ତି, ଆଇଏଏସ୍ ଅଫିସରଙ୍କୁ ବି ଛାଡ଼ୁ ନାହାନ୍ତି ସାଇବର ଠକ। ବରିଷ୍ଠ ପ୍ରଶାସକ ରାଜେଶ ପ୍ରଭାକର ପାଟିଲ୍ଙ୍କ ନାଁ'ରେ ନକଲି ଫେସବୁକ୍ ଆଇଡି ଓ ହ୍ବାଟ୍ସଆପ୍ ତିଆରି କରି ସାଇବର ଠକ ଲୋକଙ୍କୁ ଟଙ୍କା ମାଗୁଥିବା ନଜରକୁ ଆସିଛି। ନିଜ ଫେସବୁକ୍ ଆକାଉଣ୍ଟ୍ ହ୍ୟାକ୍ ହୋଇଛି ବୋଲି ପ୍ରଶାସକ ଶ୍ରୀ ପାଟିଲ୍ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଏହି ସୂଚନା ଦେବାର କିଛି ସମୟ ପରେ ଏକ ଅଜଣା ନମ୍ବର(୬୩୯୧୨୭୩୪୯୩)ରୁ କେନ୍ଦୁଝର ଆନନ୍ଦପୁରର ବିବେକାନନ୍ଦ ନାମକ ଜଣେ ଯୁବକଙ୍କୁ ହ୍ୟାକର୍ ଅସୁବିଧାରେ ପଡ଼ିଛି କହି ଟଙ୍କା ମାଗିଥିବା ଜଣାପଡ଼ିଛି। ହ୍ବାଟ୍ଆପ୍ ପ୍ରୋଫାଇଲ୍ରେ ଶ୍ରୀ ପାଟିଲ୍ଙ୍କ ଫଟୋ ରହିଥିବା ବେଳେ ନାଁ ଜାଗାରେ ରାଜେଶ ପାଟିଲ୍ ଉଲ୍ଲେଖ ରହିଛି। ଏହିଭଳି ଢଙ୍ଗରେ ଟଙ୍କା ମାଗିବାକୁ ସୋସିଆଲ୍ ଇଂଜିନିୟରିଂ ମେଥଡ୍ କୁହାଯାଏ ବୋଲି ସାଇବର ବିଶେଷଜ୍ଞ କହିଛନ୍ତି।
Follow Us