ଆଇସିଏଆଇ ଓ ‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର

Advertisment
ଆଇସିଏଆଇ ଓ ‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟସ୍‌ ଅଫ ଇଣ୍ଡିଆ (ଆଇସିଏଆଇ)ର ପ୍ରତିଷ୍ଠା ଦିବସ (ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ) ଅବସରରେ ଭୁବନେଶ୍ୱର ଶାଖା (ଇ.ଆଇ.ଆର୍‌.ସି) ଓ ‘ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ନୟାପଲ୍ଲୀସ୍ଥିତ ଆଇସିଏଆଇ ଭବନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ଭୁବନେଶ୍ୱର ଶାଖାର ଚେୟାରମ୍ୟାନ ସି.ଏ. ଚିରଞ୍ଜୀବୀ ଜେନା ଉଦ୍‌ଘାଟନ କରିଥିଲେ। ପୂର୍ବତନ ଚେୟାରମ୍ୟାନ ସି.ଏ. ଅରୁଣ କୁମାର ବର୍ମା ଓ ସି.ଏ. ଜାହ୍ନବୀ ଦେଓ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସହକର୍ମୀ ନରେଶ କୁମାର ବିଶ୍ୱାଳ ଏବଂ ସନ୍ଦୀପ ନାରାୟଣ ମିଶ୍ର ଏହି ଶିବିରକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ପୂର୍ବତନ ଚେୟାରମ୍ୟାନ, ସମସ୍ତ ସହକର୍ମୀ, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଛାତ୍ରଛାତ୍ରୀ ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ହସ୍‌ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷ ଏବଂ ତାଙ୍କ ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଏତଦ୍‌ବ୍ୟତୀତ ଡକ୍ଟର ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁଚିକତ୍ସା ଓ ଶ୍ରୀ ହସ୍‌ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe