ଆଇସିଏଆର-ସିଫା ପକ୍ଷରୁ ଜାତୀୟ ଗଣମାଧ୍ୟମ କର୍ମଶାଳା

Advertisment

ସରଳ ଭାଷାରେ ଚାଷୀଙ୍କ ପାଖରେ ସୂଚନା ପହଞ୍ଚୁ

ସରଳ ଭାଷାରେ ଚାଷୀଙ୍କ ପାଖରେ ସୂଚନା ପହଞ୍ଚୁ

ଆଇସିଏଆର-ସିଫା ପକ୍ଷରୁ ଜାତୀୟ ଗଣମାଧ୍ୟମ କର୍ମଶାଳା

ଭୁବନେଶ୍ୱର: ଆଇସିଏର ଓ ସିଫା ପକ୍ଷରୁ ଆଜି ଅନୁଷ୍ଠାନ ପରିସରରେ ‘ଜଳକୃଷି ଗବେଷଣାରେ ନବୀକରଣକୁ ଗଣମାଧ୍ୟମ ଦ୍ୱାରା ତ୍ୱରିତ ପ୍ରସାର: ବିଜ୍ଞାନ ଯୋଗାଯୋଗର ପରିପ୍ରେକ୍ଷଣ’ ଶୀର୍ଷକ କର୍ମଶାଳା ଗଣମାଧ୍ୟମ ବ୍ୟକ୍ତିତ୍ୱ, କୃଷି ବିଶେଷଜ୍ଞ ଓ ବୈଜ୍ଞାନିକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟଚାଷ ସମ୍ପର୍କିତ ବୈଜ୍ଞାନିକ ତଥ୍ୟର ଜଟିଳତା କିପରି ଗଣମାଧ୍ୟମ ଜରିଆରେ ସରଳ ଭାଷାରେ ଚାଷୀଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା।

ଆଇସିଏଆର-ସିଫାର ନିର୍ଦେଶକ ଜିତେନ୍ଦ୍ର କୁମାର ସୁନ୍ଦରାୟ କହିଲେ, ମତ୍ସ୍ୟ ଚାଷ ସମ୍ପର୍କିତ ବିଭିନ୍ନ ବୈଜ୍ଞାନିକ ସୂଚନା ସାଧାରଣ ଚାଷୀ ନିକଟରେ ପହଞ୍ଚିପାରୁନି। ସରଳ ଭାଷାରେ ଚାଷୀଙ୍କ ବୋଧଗମ୍ୟ ହେବା ଭଳି ତଥ୍ୟ ଗଣମାଧ୍ୟମକୁ ଅନୁଷ୍ଠାନ ପକ୍ଷରୁ ଦିଆଯାଇ ପାରୁନଥିବାରୁ ଏହା ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାର ହୋଇପାରୁନି। କିଛି ଏଜେନ୍‌ସି ଓଡ଼ିଆରେ ଅନୁବାଦ କରି ଗଣମାଧ୍ୟମକୁ ସୂଚନା ଦେଉଛନ୍ତି। କିନ୍ତୁ ଏହା ବ୍ୟାପକ ନୁହେଁ। ଏଥିନେଇ ସମସ୍ତ ସୂଚନା ଓଡ଼ିଆରେ ଅନୁବାଦ କରାଯାଇ ସଂପୂର୍ଣ୍ଣ ସରଳ ଭାଷାରେ ମତ୍ସ୍ୟଚାଷୀଙ୍କ ନିକଟରେ ଗଣମାଧ୍ୟମ ଜରିଆରେ ପହଞ୍ଚାଯିବ। ଏଥିସହିତ ମୋବାଇଲ୍‌ ଆପ୍‌ ଜରିଆରେ ମାଛ ଚାଷ, ଯାଅାଁଳ, ଚୂନ ଆଦି ସମ୍ପର୍କିତ ତଥ୍ୟ ଚାଷୀଙ୍କୁ ପ୍ରଦାନ କରାଯିବ।
କର୍ମଶାଳାରେ ଆଲୋଚକ ଭାବେ ଯୋଗ ଦେଇ ଆଇଆଇଏମ୍‌ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦେଶକ ଡ. ମୃଣାଳ ଚାଟାର୍ଜୀ, ‘ସନ୍‌ମାର୍ଗ’ର ମହାପ୍ରବନ୍ଧକ ତଥା ସମ୍ପାଦନା ବିଭାଗର ସଂଯୋଜକ ଅଶୋକ ପଣ୍ଡା ଡିକେଏମ୍‌ଏର ପ୍ରକଳ୍ପ ନିର୍ଦେଶକ ଏସ୍‌. କେ ସିଂହ, ବୈଜ୍ଞାନିକ ବିସି ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଅନୁଷ୍ଠାନର ଇ ସୋଭେନିୟର ଲୋକର୍ପିତ ହୋଇଥିଲା। ଉଦ୍‌ଘାଟନୀ ଅଧିବେଶନ ପରେ ପରେ ଆହୁରି ତିନିଟି ଅଧିବେଶନରେ ବିଶେଷଜ୍ଞ, ବୈଜ୍ଞାନିକ ଓ ଗଣମାଧ୍ୟମ ବ୍ୟକ୍ତିତ୍ୱ ଯୋଗ ଦେଇ ମତ୍ସ୍ୟ ଚାଷ ସମ୍ପର୍କିତ ଖବର ପରିବେଷଣ ନେଇ ବିଶଦ ଭାବେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe