ଭୁବନେଶ୍ୱର : ଆସୋସିଏସନ୍ ଅଫ୍ ଆକ୍ୱାକଲରିଷ୍ଟ, ସିଫା ଏବଂ କୃଷି ବିଜ୍ଞାନ ସଂଗଠନ, ପଞ୍ଜାବର ମିଳିତ ସହଯୋଗରେ ସିଫା ପରିସରରେ ‘କୃଷି ଓ ଜଳକୃଷି ଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି’ ନିମନ୍ତେ ସମ୍ମିଳନୀ ଆୟୋଜିତ ହେଉଛି। ଏହି ତିନି ଦିନିଆ ସମ୍ମିଳନୀ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମିଳନୀକୁ ମ୍ୟାନେଜ, ହାଇଦ୍ରାବାଦର ମହାନିର୍ଦେଶିକା ଉଷାରାଣୀ ଉଦ୍ଘାଟନ କରିଛନ୍ତି। ଆଇସିଏଆର, ନୂଆଦିଲ୍ଲୀର ଉପମହାନିର୍ଦେଶକ (କୃଷି ସମ୍ପ୍ରସାରଣ) ଏକେ ସିଂହ ଉଦ୍ଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ, ଆଇସିଏଆର ନୂଆଦିଲ୍ଲୀର ସହାୟକ ମହାନିର୍ଦେଶକ ଡବ୍ଲ୍ୟୁ .ଏସ୍ ଧିଲୋନ ପ୍ରମୁଖ ସମ୍ମାନିତ ଅତିିଥି ଭାବେ ଯୋଗ ଦେଇଥିଲେ। ସିଫାର ନିର୍ଦେଶକ ଜେ.କେ ସୁନ୍ଦରାୟ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମିଳନୀର ସମ୍ପାଦକ ମନୋଜ ଶର୍ମା କୃଷି ସଙ୍ଗଠନ ଏବଂ ସମ୍ମିଳନୀ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ସିଫାର ପ୍ରଧାନ ବୈଜ୍ଞାନିକ ପି. ରାଉତରାୟ ଧନ୍ୟବାଦ ପ୍ରଦାନ କରିଥିଲେ।
ଜଳକୃଷି ଦ୍ୱାରା କୃଷକଙ୍କ ଆୟବୃଦ୍ଧି ନିମନ୍ତେ ସମ୍ମିଳନୀ
Advertisment
Follow Us