ଭୁବନେଶ୍ବରର ବିଭିନ୍ନ ସ୍କୁଲର ଆଇସିଏସ୍‌ଇ ପରୀକ୍ଷା ଫଳ

Advertisment
ଭୁବନେଶ୍ବରର ବିଭିନ୍ନ ସ୍କୁଲର ଆଇସିଏସ୍‌ଇ ପରୀକ୍ଷା ଫଳ

Times of India

ଭୁବନେଶ୍ବର: କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏଗ୍‌ଜାମିନେସନ (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସ୍‌ଇ)ରେ ଭୁବନେଶ୍ବରରେ ଥିବା ସ୍କୁଲଗୁଡ଼ିକ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ଅପରାହ୍‌ଣ ୫ଟାରେ ଫଳ ପ୍ରକ‌ାଶ ପରେ ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟ୍‌ www.cisce.org ଓ www.results.cisce.org ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ନିଜର ରେଜଲ୍ଟ ଜାଣିପାରିଥିଲେ। ଏଥିସହ ସ୍କୁଲଗୁଡ଼ିକ ବୋର୍ଡର କ୍ୟାରିଅର ପୋର୍ଟାଲକୁ ବ୍ୟବହାର କରି ପରୀକ୍ଷାଫଳ ପାଇବା ସହ ପିଲାଙ୍କୁ ଜଣାଇଥିଲେ। ରବିବାର ହୋଇଥିବାରୁ କୌଣସି ଶିକ୍ଷାନୁଷ୍ଠାନରେ ସେଭଳି ଖୁସିର ଝଲକ ଦେଖିବାକୁ ମିଳି ନ ଥିଲା। ପିଲା କିମ୍ବା ସ୍କୁଲ କର୍ତୃପକ୍ଷ ବିଦ୍ୟାଳୟକୁ ଆସି ନ ଥିବାରୁ ଉତ୍ସାହ ଫିକା ପଡ଼ି ଯାଇଥିଲା।

ଲୟଲା ସ୍କୁଲ
ସହରରେ ସର୍ବାଧିକ ୧୯୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଏହି ସ୍କୁଲର ସଫଳତା ହାର ଶତ ପ୍ରତିଶତ ହୋଇଛି। ନିକିତା ଅଞ୍ଜନି ରବି ୯୮.୮% ମାର୍କ ରଖି ସ୍କୁଲ ଟପର୍‌ ହେବା ସହ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଆଶୀର୍ବାଦ କୁମାର ଓ ଅନିଶ ଦାରୁକା ୯୮.୪% ଏବଂ ଆକାଂକ୍ଷା ସାହୁ ଓ ତୃପ୍ତି ତମନ୍ନା ୯୮.୨% ମାର୍କ ରଖି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପରୀକ୍ଷାର୍ଥୀଙ୍କ ସଫଳତା ନେଇ ସ୍କୁଲ କର୍ତୃପକ୍ଷ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ସ୍କୁଲ
ପରୀକ୍ଷା ଦେଇଥିବା ୯୬ ଜଣ ଯାକ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୭ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ସାୟକ ରାଜନ୍‌ ୯୭.୧୬% ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ସୁଷମା ରାଣା ୯୨.୩%, ସୋହନ ପାତ୍ର ଓ ତନୁଶ୍ରୀ ପି ସାହୁ ୯୫.୮୩% ନମ୍ବର ରଖି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସଫଳତା ଲାଗି ବିଦ୍ୟାଳୟର ନିର୍ଦେଶକ ଚନ୍ଦ୍ରଶେଖର ପତି, ଅଧ୍ୟକ୍ଷ ବସନ୍ତ କୁମାର ତ୍ରିପାଠୀ, ଟ୍ରଷ୍ଟର ସମ୍ପାଦକ କେ କେ ଦେବୀ ସମସ୍ତ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ର ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେଣ୍ଟ ଜୋସେଫ୍‌ ହାଇସ୍କୁଲ
ଏହି ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ସମସ୍ତ ୧୮୧ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୭୯ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଶ୍ରୀଧର ବାରିକ ୪୯୬ ତଥା ୯୯.୨% ନମ୍ବର ରଖି ସ୍କୁଲ ଟପର୍‌ ହୋଇଥିବା ବେଳେ ଅନ୍ବେଶା ପଟ୍ଟନାୟକ ଓ ଗୁଡଲା ଚରଣ କୁମାର ରେଡ୍ଡି ୯୮% ଓ ସୌମ୍ୟ ସୁଚରିତା ୯୭.୮% ମାର୍କ ରଖି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ଷ୍ଟିୱାର୍ଟ ସ୍କୁଲ
ଏଠାରେ ପରୀକ୍ଷା ଦେଇଥିବା ସମସ୍ତ ୧୬୬ ଯାକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪୧ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ୧୪୪ ଜଣ ପରୀକ୍ଷାର୍ଥୀ ୮୦ରୁ ୯୦% ଭିତରେ ନମ୍ବର ରଖିଥିବାରୁ ସ୍କୁଲ କର୍ତୃପକ୍ଷ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରୁଚିକା ସ୍କୁଲ
ପରୀକ୍ଷା ଦେଇଥିବା ୪୭ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ସ୍କୁଲର ପାସ୍‌ହାର ଶତ ପ୍ରତିଶତ ହୋଇଛି। ଛାତ୍ରୀ ତନୁଶ୍ରୀ ଶତପଥୀ ୯୮% ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe