ଖୋର୍ଦ୍ଧା ଜିଲ୍ଲାରେ ଶାଗ ମାଛ ଦରରେ ଜମି ବିକୁଛି ଇଡ୍‌କୋ: ସୁରେଶ ରାଉତରାୟ

Advertisment

ମାର୍ଚ୍ଚ ପହିଲା ସୁଦ୍ଧା ଜମି ଫେରସ୍ତ ନ ହେଲେ ଲୋକସେବା ଭବନ ଘେରାଉ ଚେତାବନୀ

ମାର୍ଚ୍ଚ ପହିଲା ସୁଦ୍ଧା ଜମି ଫେରସ୍ତ ନ ହେଲେ ଲୋକସେବା ଭବନ ଘେରାଉ ଚେତାବନୀ

ସୁରଙ୍କ ପରିବାର ରାଜନୀତି ଚର୍ଚ୍ଚା

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୂଲ୍ୟବାନ୍‌ ଜମିକୁ ଇଡ୍‌କୋ ଶାଗମାଛ ଦରରେ ବିକ୍ରି କରିଦେଉଛି। ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ୍‌ ଜମିକୁ ୫ ହଜାର କୋଟି ଟଙ୍କାରେ ବିକ୍ରି କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ୍‌ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଏହି ଦୁର୍ନୀତିର ତଦନ୍ତ ସିବିଆଇ ଦ୍ବାରା କରିବାକୁ ସେ ଦାବି କରିଛନ୍ତି।

ଶ୍ରୀ ରାଉତରାୟ କହିଥିଲେ, ଜଟଣୀ ମ୍ୟୁନିସିପାଲଟି ଓ ତା’ର ପାର୍ଶ୍ବବର୍ତ୍ତୀ ୧୩ଟି ଗ୍ରାମର ସମସ୍ତ ସ୍ଥିତିବାନ ସମ୍ପତ୍ତିକୁ ୨୦୧୨ରେ ହଠାତ ଜଣେ ବନ୍ଦୋବସ୍ତ ଅଧିକାରୀ ଶ୍ରୀ ଜଗନ୍ନାଥଙ୍କ ନାମରେ ରେକର୍ଡ଼ କରିଦେଲେ। ଜନସାଧାରଣଙ୍କ ସ୍ଥିତିବାନ ସମ୍ପତ୍ତି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ରେକର୍ଡ ହେବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉନ୍ନୟନମୂଳକ ଯୋଜନାଗୁଡ଼ିକ ସେଠାରେ କାର୍ଯ୍ୟକାରୀ ହୋଇପାରିଲାନି। ଦୀର୍ଘବର୍ଷ ଧରି ସେସବୁ ଜମିରେ ସ୍କୁଲଗୃହ, ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଣ୍ଟର, ଭାଗବତ ଟୁଙ୍ଗି ନିର୍ମାଣ ହୋଇପାରିନି। ଏବେ ଯେଉଁମାନେ ପୂର୍ବରୁ ଜମିର ମାଲିକ ଥିଲେ, ସେମାନେ ଆବଶ୍ୟକତା ଦୃଷ୍ଟିରୁ ଜମି ବିକ୍ରି କରିପାରୁନାହାନ୍ତି। ୨୦୧୨ ପୂର୍ବରୁ ଜମିର ମାଲିକାନା ଯେପରି ଥିଲା, ସେହି ସ୍ବତ୍ବା‌ଧିକାର ଫେରାଇ ଦେବାକୁ ସରକାରଙ୍କୁ ବାରମ୍ବାର ଗୁହାରି କରାଗଲେ କିଛି ନ୍ୟାୟ ମିଳିଲାନି। ଯଦି ଆସନ୍ତା ମାର୍ଚ୍ଚ ୧ ତାରିଖ ସୁଦ୍ଧା ପୂର୍ବ ଜମିମାଲିକମାନଙ୍କୁ ସେମାନଙ୍କ ଜମି ଫେରାଇ ଦିଆ ନଯାଏ, ତାହେଲେ ଅଞ୍ଚଳବାସୀ ଲୋକସେବା ଭବନକୁ ଘେରାଉ କରିବେ। ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର, କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ବିବେକାନନ୍ଦ ବଡ଼ଜେନା, ତ୍ରିଲୋଚନ ପ୍ରଧାନ, ସୁଧାଂଶୁ ମୋହନ ପଟ୍ଟନାୟକ, ପ୍ରତାପ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe