ହାଇକୋର୍ଟଙ୍କ ଫି’ ଆଦାୟ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ବିଇଓଙ୍କ ଅଫିସରେ ଧାରଣା

ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

ଭୁବନେଶ୍ବର: ବେସରକାରୀ ବିଦ୍ୟାଳୟଗୁଡ଼ିକ ହାଇକୋର୍ଟଙ୍କ ଫି’ ଆଦାୟ କରିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନଥିବାରୁ ଆଜି ଓଡ଼ିଶା ଅଭିଭାବକ ମହାସଂଘ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ଦିଆଯାଇଥିବା ଏହି ଧାରଣାରେ କୁହାଯାଇଥିଲା ଯେ ବେସରକାରୀ ସ୍କୁଲ୍ ପିଲାଙ୍କ ଫି’ ଆଦାୟକୁ ନେଇ ମାନସିକ ନିର୍ଯାତନା ଦେବା ସହ ଅଭିଭାବକଙ୍କୁ ହଇରାଣ କରୁଛି। ପୂର୍ବ ନିଷ୍ପତ୍ତି ଅନୁସାରେ ବୈଠକରେ କୁହାଯାଇଥିଲା ଯେ ସ୍କୁଲ୍‌ମାନେ ପୂର୍ବ ଦୁଇ ବର୍ଷର ଏବଂ ଚଳିତ ବର୍ଷ ଶ୍ରେଣୀ ଅନୁସାରେ କେଉଁ କେଉଁ ବାବଦରେ ସ୍କୁଲ ଫି’ ନେଇଛନ୍ତି, ତା’ର ସବିଶେଷ ବିବରଣୀ ପ୍ରଦାନ କରିବେ।

ଏହାସହ ଫି’ ଆଦାୟକୁ କେନ୍ଦ୍ର କରି କୌଣସି ପିଲାକୁ ପାଠପଢ଼ା କିମ୍ବା ପରୀକ୍ଷାରୁ ବଞ୍ଚିତ କରାଯାଇପାରିବ ନାହିଁ କି ପ୍ରୋଗ୍ରେସ ରିପୋର୍ଟରୁ ମଧ୍ୟ ବଞ୍ଚିତ କରିପାରିବେ ନାହିଁ। ମାତ୍ର ସବୁ ନିୟମକୁ ବେସରକାରୀ ସ୍କୁଲ୍ ଭଙ୍ଗ କରୁଥିବା ମହାସଂଘ କହିଛି। ଧାରଣାରେ ମହାସଂଘର ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା, ଶିଶିର ପରିଜା, ପ୍ରଦ୍ୟୁମ୍ନ ମିଶ୍ର, ଅନନ୍ତ ରାଉତ, କାର୍ତ୍ତିକ ସାହୁ, ଆଶୁରଞ୍ଜନ ମହାନ୍ତି, ପଦ୍ମନାଭ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe