ଷ୍ଟାମ୍ପ୍‌ ଭେଣ୍ଡର ପାଇଲେ ପରିଚୟପତ୍ର

Advertisment
ଷ୍ଟାମ୍ପ୍‌ ଭେଣ୍ଡର ପାଇଲେ ପରିଚୟପତ୍ର

ପୁରୁଣା ଭୁବନେଶ୍ୱର : ରାଜଧାନୀସ୍ଥିତ ଜିଲ୍ଲା ସବ୍‌ରେଜିଷ୍ଟାର କାର୍ଯ୍ୟାଳୟ ଏବଂ ଖଣ୍ଡଗିରି ସବ୍‌ରେଜିଷ୍ଟାର କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ଷ୍ଟାମ୍ପ ଭେଣ୍ଡରଙ୍କ ଉପରେ କଟକଣା ଥିଲା। କିନ୍ତୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସେଠାରେ ଥିବା ୧୮ଜଣ ଷ୍ଟାମ୍ପ ଭେଣ୍ଡରଙ୍କୁ ପରିଚୟପତ୍ର ପ୍ରଦାନ କରିଛନ୍ତି। ଫଳରେ ସେମାନେ ଏଣିକି ଅବାଧରେ ଉକ୍ତ ଦୁଇ କାର୍ଯ୍ୟାଳୟରେ ପ୍ରବେଶ କରିପାରିବେ।

କୋଭିଡ୍‌ କଟକଣା ଯୋଗୁଁ ଷ୍ଟାମ୍ପ ଭେଣ୍ଡରମାନଙ୍କ ପାଇଁ ସବ୍‌ରେଜିଷ୍ଟାର କାର୍ଯ୍ୟାଳୟ ଭିତରକୁ ଯିବାରେ ସମସ୍ୟା ହେଉଥିଲା। ଓଡ଼ିଶା ଷ୍ଟାମ୍ପ୍‌ ଭେଣ୍ଡର ମହାସଂଘର ପୂର୍ବତନ ସହ ସଂପାଦକ ବେଣୁଧର ମିଶ୍ର ଓ ଭୁବନେଶ୍ୱରର ପୂର୍ବତନ ସଂପାଦକ ବିନୋଦ କୁମାର ରାଉତ ଜିଲ୍ଲା ସବ୍‌ରେଜିଷ୍ଟାର୍ ପବିତ୍ର କୁମାର ସାମଲଙ୍କୁ ଅନୁରୋଧ କରିବା ପରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଏହି ପରିଚୟପତ୍ର ଅନୁମୋଦନ କରିଥିଲେ। ଏଥିପାଇଁ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର୍‌ ମହାସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe