ନିରାଶ କଲେ ଉତ୍କଳ, ରମା‌ଦେବୀ: ଉପରକୁ ଉଠିଲା ‘ସୋଆ’

Advertisment

୩୦୦ ମଧ୍ୟରେ ଗୀତା ସ୍ବୟଂଶାସିତ ମହାବିଦ୍ୟାଳୟ, କୃଷି ଓ ଆନୁସଙ୍ଗିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଓୟୁଏଟି ୧୫

୩୦୦ ମଧ୍ୟରେ ଗୀତା ସ୍ବୟଂଶାସିତ ମହାବିଦ୍ୟାଳୟ, କୃଷି ଓ ଆନୁସଙ୍ଗିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଓୟୁଏଟି ୧୫

ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍‌ ଖସିବା ପ୍ରସଙ୍ଗ: ପାଣିରେ ପଡ଼ିଲା ୨୦୦ କୋଟି

Alumni Association - Utkal University

ଭୁବନେଶ୍ବର: ୨୦୨୩ରେ ଦେଶର ‘ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଥିଲେ। ଭୁବନେଶ୍ବରର ୩ଟି ଯାକ ଶିକ୍ଷାନୁଷ୍ଠାନ, ଯଥାକ୍ରମେ ସୋଆ ୧୫, କିଟ୍‌ ୧୬ ଓ ଉତ୍କଳ ବିଶ୍ବବିଦ୍ୟାଳୟ ୯୩ତମ ସ୍ଥାନରେ ରହିଥିଲେ। ଏଥର ଶ୍ରେଷ୍ଠ ୧୦୦ ତାଲିକାରୁ ଉତ୍କଳ ବାଦ୍‌ ପଡ଼ିଥିବା ବେଳେ ସୋଆ ଓ କିଟ୍‌ ନିଜ ସ୍ଥାନ ବଜାୟ ରଖିଛନ୍ତି। ପ୍ରଥମ ଥର ପାଇଁ ପ୍ରକାଶ ପାଇଥିବା ରାଜ୍ୟ ପବ୍ଲିକ ବିଶ୍ବବିଦ୍ୟାଳୟ ବର୍ଗରେ ୪୨ତମ ସ୍ଥାନରେ ଉତ୍କଳ ରହିଛି। ଏହି ମାନ୍ୟତା ସେତେଟା ଉତ୍ସାହପ୍ରଦ ନ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏହାକୁ ନେଇ ‘ଏକ୍ସ’ରେ ଖୁସି ବ୍ୟକ୍ତି କରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ‌ରେ ଭୁବନେଶ୍ବରରେ ଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୌଣସି ତାଲିକାକୁ ଆସିପାରି ନାହିଁ। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ ବର୍ଗରେ ଉତ୍କଳ କମିଥିବା ବେଳେ ରମାଦେବୀ ଆଦୌ ନ ଥିବାରୁ ଶିକ୍ଷା ହବ୍‌ରେ ନୈରାଶ୍ୟ ଖେଳିଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଏନ୍‌ଆଇଆରଏଫ୍‌ ତାଲିକାରେ ଉନ୍ନତ ପ୍ରଦର୍ଶନ କରିବା ଟିକିଏ ଆଶ୍ବସ୍ତି ଦେଇଛି।

ଉପରକୁ ଉଠିଲା ‘ସୋଆ’
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଛି। ୨୦୨୩ରେ ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ର ୧୫ତମ ସ୍ଥାନରେ ଥିବା ସୋଆ ଏଥର ଗୋଟିଏ ପାହାଚ ଉପରକୁ ଉଠିଛି। ସମଗ୍ର ଶିକ୍ଷାନୁଷ୍ଠାନ ତାଲିକାରେ ଦୁଇଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ପହଞ୍ଚିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୯ ବର୍ଷ ଧରି ଆୟୋଜିତ ହେଉଥିବା ଏହି ରାଙ୍କିଙ୍ଗ୍‌ରେ ସୋଆ ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି। ଇଞ୍ଜିନିୟରିଂ କଲେଜ ବର୍ଗରେ ୨୬ତମ, ମେଡିକାଲ୍ ସାଇନ୍ସ ବର୍ଗରେ ୨୧ତମ, ଡେଣ୍ଟାଲ ଓ ଆଇନ ବର୍ଗରେ ୯ମ, ମ୍ୟାନେଜମେଣ୍ଟ ବର୍ଗରେ ୬୨ତମ ଓ ଗବେଷଣା ବର୍ଗରେ ୫୦ତମ ସ୍ଥାନରେ ରହିଛି। ୨୦୨୨ରେ ସୋଆ ନ୍ୟାସନାଲ୍ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରେଡିଟେସନ୍ କାଉନସିଲ୍(ନାକ୍‌) ଦ୍ୱାରା ‘ଏ++’ ଗ୍ରେଡ୍ ହାସଲ କରି ପୁନଃସ୍ୱୀକୃତି ଲାଭ କରିଛି। ଶିକ୍ଷାନୁଷ୍ଠାନର ସଫଳତା ନେଇ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଖୁସିବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଫାକଲ୍ଟି, ଗବେଷକ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବିଶ୍ୱବିଦ୍ୟାଳୟକୁ ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନିତ କରିବାକୁ କଠିନ ପରିଶ୍ରମ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି।

୩୦୦ ମଧ୍ୟରେ ଗୀତା ସ୍ବୟଂଶାସିତ ମହାବିଦ୍ୟାଳୟ
ପ୍ରକାଶିତ ଏନ୍‌ଆଇଆରଏଫ୍‌ ରାଙ୍କିଙ୍ଗ୍‌ରେ ଭୁବନେଶ୍ବରସ୍ଥିତ ଗୀତା ସ୍ବୟଂଶାସିତ ମହାବିଦ୍ୟାଳୟ ଦେଶର ଶ୍ରେଷ୍ଠ ୩୦୦ ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ପାଇଛି। ଏହି ବର୍ଗରେ ଓଡ଼ିଶାର ୧୩ଟି ଇଞ୍ଜିନିୟରିଂ କଲେଜ ରହିଛନ୍ତି। ଶିକ୍ଷାନୁଷ୍ଠାନର ସଫଳତା ନେଇ ମହାବିଦ୍ୟାଳୟ ଚେୟାରମ୍ୟାନ୍‌ ସତ୍ୟପ୍ରକାଶ ପଣ୍ଡା, ସମ୍ପାଦକ ଚନ୍ଦ୍ରଧ୍ବଜ ପଣ୍ଡା, ଭାଇସ୍‌ ଚେୟାରମ୍ୟାନ୍‌ ବିରଞ୍ଚି ନାରାୟଣ ପଣ୍ଡା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କୃଷି ଓ ଆନୁସଙ୍ଗିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଓୟୁଏଟି ୧୫
କୃଷି ଓ ଆନୁସଙ୍ଗିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଦେଶର ୧୫ତମ ସ୍ଥାନରେ ରହିଛି। ତେବେ କେବଳ କୃଷି ବିଶ୍ବବିଦ୍ୟାଳୟ ମଧ୍ୟରେ ଓୟୁଏଟି ୯ମ ସ୍ଥାନରେ ରହିଥିବାରୁ ଶିକ୍ଷାନୁଷ୍ଠାନରେ ଖୁସି ଖେଳିଯାଇଛି। ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ଗବେଷଣା, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ରହିଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ, ‌ଗବେଷଣାଲବ୍ଧ ଜ୍ଞାନର ପ୍ରସାରଣ ଓ ଅନ୍ୟାନ୍ୟ ସୂଚକାଙ୍କ ଉପରେ ପର୍ଯ୍ୟବେସିତ ଏହି ରାଙ୍କରେ ସଫଳତା ମିଳିବା ପରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଏହାର ଶ୍ରେୟ ସମସ୍ତ ଅଧ୍ୟକ୍ଷ, ନିର୍ଦ୍ଦେଶକ, ଅଧ୍ୟାପକ, କର୍ମଚାରୀ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe