ଅସୁସ୍ଥ ଶିଶୁପୁତ୍ରକୁ ମେଡିକାଲରେ ଛାଡ଼ି ମା’ ଫେରାର, ଥାନାରେ ମାମଲା

Advertisment
ଅସୁସ୍ଥ ଶିଶୁପୁତ୍ରକୁ ମେଡିକାଲରେ ଛାଡ଼ି ମା’ ଫେରାର, ଥାନାରେ ମାମଲା

Zee News

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପୁଅ ଚିକିତ୍ସିତ ହେଉଛି। ହେଲେ ମା’ର ପତ୍ତା ମିଳୁନି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ନିଖୋଜ ମା’ଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଛି। ମହିଳା ଜଣକ ବାଲିଅନ୍ତା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କର ଦୁଇ ସନ୍ତାନଙ୍କ ମଧ୍ୟରୁ ବଡ଼ପୁଅକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଆସିଥିଲେ। ରବିବାର ସକାଳେ ଏକୁଟିଆ ଶିଶୁପୁତ୍ର ବେଡ୍‌ରେ ଥିଲା। ମେଡିକାଲ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ମା’ ଫେରିନଥିଲେ। ଏଣୁ କ୍ୟାପିଟାଲ ଥାନାକୁ ଖବର ଯାଇଥିଲା।

ଅନ୍ୟପଟେ ମା’ ଜଣଙ୍କ ନିଖୋଜ ହୋଇ ନାହାନ୍ତି ବରଂ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଚାଲି ଯାଇଛନ୍ତି ବୋଲି ଜଣାପଡ଼ିଛି। ପୁଅକୁ ମେଡିକାଲ୍‌ରେ ଭର୍ତ୍ତି କରିବା ଦିନ ସମ୍ପୃକ୍ତ ପୁରୁଷ ବନ୍ଧୁ ମଧ୍ୟ ତାଙ୍କ ସହ ଥିଲେ। ସେ ନିଖୋଜ ହେବା ପର୍ଯ୍ୟନ୍ତ ପୁରୁଷବନ୍ଧୁ ଥିଲେ। ଉଭୟ ଏକ ସମୟରେ ଚାଲି ଯାଇଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପୁରୁଷ ବନ୍ଧୁଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ପୁଲିସ ଟ୍ରାକ୍‌ କରୁଥିବା ଜଣାପଡ଼ିଛି। ମହିଳାଙ୍କ ପରିବାର ସଦସ୍ୟ ଏବେ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସାଧୀନ ଶିଶୁ ପାଖରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe