ମାତୃଭାଷାକୁ ଗୁରୁତ୍ବ ଦେଲେ ଭାଷା ବଞ୍ଚିବ

Advertisment

ଉତ୍କଳ ସମ୍ମିଳନୀ ପକ୍ଷରୁ ଆଲୋଚନାଚକ୍ର

ଉତ୍କଳ ସମ୍ମିଳନୀ ପକ୍ଷରୁ ଆଲୋଚନାଚକ୍ର

ମାତୃଭାଷାକୁ ଗୁରୁତ୍ବ ଦେଲେ ଭାଷା ବଞ୍ଚିବ

ଭୁବନେଶ୍ବର: ଭାଷାକୁ ବଞ୍ଚାଇବାକୁ ହେଲେ ମାତୃଭାଷାକୁ ଅଧିକ ଗୁରୁତ୍ବ ଦିଆଯିବା ଉଚିତ। ଏଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ। କେବଳ ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ସୀମିତ ନରଖି ବିଭିନ୍ନ କ୍ଷେତ୍ରରେ ଭାଷାର ବ୍ୟବହାର ଉପରେ ସଚେତନ ହେବା ଆବଶ୍ୟକ। ଉତ୍କଳ ସମ୍ମିଳନୀ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ‘ପୃଥିବୀରେ ୧୦ଟି ବହୁଳ ବ୍ୟବହୃତ ଭାଷା ଭିତରେ ଓଡ଼ିଆ ଭାଷା କିପରି ରହିବ?’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଅତିଥିମାନେ ଏହା କହିଛନ୍ତି।

ଉତ୍କଳ ସମ୍ମଳନୀ ରାଜ୍ୟ ସଭାପତି ଅଦ୍ବୈତ କୁମାର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପ୍ରଫେସର ବସନ୍ତ ପଣ୍ଡା ଯୋଗ ଦେଇ କହିଲେ, ଭାଷାକୁ କେବଳ ସାହିତ୍ୟ କି ସମ୍ବାଦରେ ସୀମିତ ରଖା ନଯାଉ। ଏହାର ବିବିଧ ବିଷୟରେ ଗୁରୁତ୍ବ ଦିଆଯିବା ଉଚିତ। ବୈଷୟିକ ଜ୍ଞାନକୌଶଳରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର କରାଯାଉ। ଏହାଦ୍ବାରା ଆମ ଭାଷାର ଉନ୍ନତି ହୋଇପାରିବ। ଭାଷାକୁ ଜ୍ଞାନ ଓ ବିକାଶର ଭାଷା କରାଯାଉ। ପୌରୁଷର ସଂପାଦକ ଅସିତ୍‌ ମହାନ୍ତି କହିଲେ, ଭାଷାର ସୁରକ୍ଷା ପାଇଁ ଯୁବକମାନେ ସ୍ବପ୍ନ ଦେଖିବା ଉଚିତ। ଭାଷାର ସୁରକ୍ଷା ପାଇଁ ଆମ ଘରୁ ଅଭିଯାନ ଆରମ୍ଭ କରିବାକୁ ପଡ଼ିବ। ତେବେ ଯାଇ ଆମ ଭାଷା ପୃଥିବୀରେ ଶ୍ରେଷ୍ଠ ସ୍ଥାନରେ ରହିବ।

କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ମଲ୍ଲିକ, ପ୍ରେମାନନ୍ଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର, ପ୍ରମୋଦ ସାମନ୍ତରାୟ, ପଦ୍ମନାଭ ସାମଲ, ଉଷାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଅଶୋକ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe