ଭାଷାକୁ ଗୁରୁତ୍ବ ଦେଲେ ସଂସ୍କୃତି ଉପରକୁ ଉଠିବ

Advertisment

ବୀରକଳିଙ୍ଗର ୧୮ତମ ସ୍ବନକ୍ଷତ୍ର ସମାରୋହ

ବୀରକଳିଙ୍ଗର ୧୮ତମ ସ୍ବନକ୍ଷତ୍ର ସମାରୋହ

ଭାଷାକୁ ଗୁରୁତ୍ବ ଦେଲେ ସଂସ୍କୃତି ଉପରକୁ ଉଠିବ

ଭୁବନେଶ୍ବର: ସାମ୍ବାଦିକତା ହିଁ ନିର୍ଭୀକତା। ଯିଏ ନିର୍ଭୀକ ହୋଇ ନପାରିବ, ସେ ସାମ୍ବାଦିକତା କରିପାରିବ ନାହିଁ। ଆଜି ଗଣତନ୍ତ୍ର କଳୁଷିତ ହୋଇଯାଇଛି। ସାଧାରଣ ଜନତାର ସ୍ବରକୁ ଚାପି ଦିଆଯାଉଛି। ସାମ୍ବାଦିକଟିଏ ପାଖରେ ଏହାକୁ ପ୍ରତିବାଦ କରିବାର ନିର୍ଭୀକତା ରହିବା ଆବଶ୍ୟକ। ସେହିପରି ସାମ୍ବାଦିକତା ଓ ଭାଷା ପରିସ୍ପର ଜଡ଼ିତ। କିନ୍ତୁ ଆଜିକା ଯୁଗରେ ସଂସ୍କୃତିକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଭାଷାକୁ ଅଣଦେଖା କରାଯାଉଛି। ଆମ ସଂସ୍କୃତି ଓ ପରମ୍ପରାକୁ ଉପରକୁ ନେବାକୁ ହେଲେ ଭାଷାକୁ ସର୍ବପ୍ରଥମେ ଗୁରୁତ୍ବ ଦେବାକୁ ପଡ଼ିବ। ସାପ୍ତାହିକ ଖବରକାଗଜ ‘ବୀରକଳିଙ୍ଗ’ ପକ୍ଷରୁ ଜୟଦେବ ଭବନଠାରେ ଅନୁଷ୍ଠିତ ୧୮ତମ ସ୍ବନକ୍ଷତ୍ର ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଆଜି ଏପରି ମତ ରଖିଛନ୍ତି।

ଅଧ୍ୟାପିକା ସରୋଜିନୀ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏଥିରେ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀ ମୁଖ୍ୟ ଅତିଥି, ଲୋକସେବା ମଣ୍ଡଳର ଆଜୀବନ ସଦସ୍ୟ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଓଟିଡିସିର ଅଧ୍ୟକ୍ଷ ଲେନିନ୍‌ ମହାନ୍ତି, ବୁଗୁଡ଼ା ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ନିର୍ଭୀକ ସାମ୍ବାଦିକତା’ ଶୀର୍ଷକ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ସଂଘମିତ୍ରା ଭଞ୍ଜଙ୍କୁ ‘ସାହିତ୍ୟ ରତ୍ନ’, ରାଜ୍ୟପାଳଙ୍କ ସୂଚନା ଓ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକଙ୍କୁ ‘କବି ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସେହିପରି ରାଜକିଶୋର ପତିଙ୍କୁ ‘ସାହିତ୍ୟ ଗୌରବ’, କେ. ବାଲାରାଜୁ ଆଚାରିଙ୍କୁ ‘ବୀର କଳିଙ୍ଗ ସେବା’, ଅଶୋକ କୁମାର ମହାରଣା ଓ ସଂଜୟ କୁମାର ବିଷୋୟୀଙ୍କୁ ‘ବୀର କଳିଙ୍ଗ ପ୍ରତିଭା’ ବ୍ରଜମୋହନ ପ୍ରଧାନଙ୍କୁ ‘ଅଧରମଣି ସ୍ମୃତି’, ନାଗେଶ୍ବର ପ୍ରଧାନଙ୍କୁ ‘ନବୀନବାଳା ସ୍ମୃତି’, ପୂର୍ଣ୍ଣଚନ୍ଦ୍ର ବିଷୋୟୀଙ୍କୁ ‘କୃଷକବନ୍ଧୁ’, ଦୁଃଖୀଶ୍ୟାମ ଆଚାରିଙ୍କୁ ‘ସାରସ୍ବତ ପ୍ରତିଭା’ ଆଦି ସମ୍ମାନ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ହିମାଦ୍ରି ତନୟା ମିଶ୍ର ସ୍ବାଗତଭାଷଣ ଓ ଶୁଭ୍ରା ନନ୍ଦ ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସରୋଜ ରଞ୍ଜନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ରଶ୍ମି ଦାସ କାର୍ଯ୍ୟକମ୍ର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe