ଗାଡ଼ି ଚଳାଇବା ବେଳେ ଇଅର ଫୋନ୍‌ ବ୍ୟବହାର କଲେ ବାତିଲ ହେବ ଲାଇସେନ୍ସ

ଗାଡ଼ି ଚଳାଇବା ବେଳେ ଇଅର ଫୋନ୍‌ ବ୍ୟବହାର କଲେ ବାତିଲ ହେବ ଲାଇସେନ୍ସ

ଭୁବନେଶ୍ବର: ମୋବାଇଲ ଇୟର ଫୋନ ବ୍ୟବହାରକାରୀ ସାବଧାନ! ଗାଡ଼ି ଚଳାଇବା ବେଳେ ଇୟର ଫୋନ ବ୍ୟବହାର କରି ଧରାପଡ଼ିଲେ ବାତିଲ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ। ଏ ନେଇ ପରିବହନ ଆୟୁକ୍ତ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଆରଟିଓ ଓ ଟ୍ରାଫିକ୍‌କୁ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ଗୁରୁତର ସହ ନେଇଛି କମିସନରେଟ୍‌ ପୁଲିସ। ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଚଢ଼ଉ ପାଇଁ ଯୋଜନା ହୋଇଛି। ପ୍ରଥମ ଥର ପାଇଁ ଇଅର ଫୋନ୍‌ ବ୍ୟବହାର କଲେ ଜରିମାନା ସହ ଲାଇସେନ୍ସ ବାତିଲ ହେବ ବୋଲି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଘୋଷଣା କରିବା ସହ ଏ ନେଇ ବିଭିନ୍ନ ସ୍ଥାନରେ ହୋର୍ଡିଂ ଜରିଆରେ ସଚେତନ କରାଇଛି। ମୋଟର ଯାନ ଆଇନ ଦଫା ୧୮୪(ଗ) ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

publive-image www.essexlive.news

ମୋବାଇଲ କାନରେ ଦେଇ ଗାଡ଼ି ଚଳାଉଥିବା‌ ବେଳେ ଧରାପଡ଼ି ମୋଟା ଅଙ୍କର ଜରିମାନା ଗଣିବା ପରେ ଉଲ୍ଲଂଘନକାରୀମାନେ ନୂଆ ଯୋଜନା କରିଥିଲେ। ମୋବାଇଲ ଫୋନ୍‌ ପକେଟ୍‌ରେ ରଖି ଇଅର ଫୋନ୍‌ରେ କଥା ହେଉଥିଲେ। ସରୁ ତାର ପକେଟ୍‌ରୁ ଯାଇ ହେଲ୍‌ମେଟ୍‌ ଭିତରେ ରହୁଥିବାରୁ କେହି ଧରି ପାରୁନଥିଲେ। ଏଭଳି ଦେଖାଯିବା ପରେ ମାନସମନ୍ଥନ ହୋଇଥିଲା। ଇଅର ଫୋନ୍‌ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଯେତିକି ଚାଲାଣ କଟାଯାଉଛି ତା’ର ଏକ ତୃତୀୟାଂଶ ମୋବାଇଲ ଫୋନ୍‌ ସହ ଗାଡ଼ି ଚାଳନା ପାଇଁ କଟାଯାଉଛି। ଗତ ୭ ଦିନରେ ୨୩୫ଟି ଚାଲାଣ ଏହି ଉଲଂଘନ ପାଇଁ କଟାଯାଇଛି। ଏହା କେବଳ ମୋବାଇଲ ଫୋନ୍‌ ବ୍ୟବହାର ପାଇଁ। ଇଅର ଫୋନ୍‌ ବ୍ୟବହାର ପାଇଁ ଅଦ୍ୟାବଧି ଚାଲାଣ କଟାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe