ଅୟସ ଆରାମରେ ଜୀବନ ବିତାଉଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତଙ୍କ ପୁଅ ଆକାଶର ହାତଗଣ୍ଠି ପୂର୍ବରୁ ହାତକଡ଼ି

ବାପକୁ ବଳିଗଲା ପୁଅ : ବେନାମୀ କାରବାର ଜଣାପଡ଼ିବା ପରେ ତନାଘନା

ଭୁବନେଶ୍ୱର : ଅୟସ ଆରାମରେ ଜୀବନ ବିତାଉଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତଙ୍କ ପୁଅ ଆକାଶର ଆଉ ମାତ୍ର ୧୫ ଦିନ ପରେ ହାତଗଣ୍ଠି ପଡ଼ିଥା’ନ୍ତା। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହିତ ଆକାଶର ବିବାହ ଡିସେମ୍ବର ୧୧ ତାରିଖରେ ହୋଇଥା’ନ୍ତା। ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା। ରାଜସ୍ଥାନ ଉଦୟପୁରରେ ତାଲ୍ ଲେକ୍‌ ପ୍ୟାଲେସ୍‌ ବୁକିଂ ହୋଇସାରିଥିଲା। ୫କୋଟିର ବଜେଟ୍ ରହିଥିଲା। ପ୍ୟାଲେସ୍‌ରେ ରାଜକୀୟ ଢଙ୍ଗରେ ବିବାହ ହୋଇଥା’ନ୍ତା। ବିମାନରେ ଯାଇଥା’ନ୍ତେ ବରଯାତ୍ରୀ। ବରଯାତ୍ରୀଙ୍କୁ ଦାମୀ ଉପହାର ବ୍ୟବସ୍ଥା ମଧ୍ୟ ହୋଇ ସାରିଥିଲା। ବିବାହ ପୂର୍ବରୁ ରାଜଧାନୀରେ ଆରମ୍ଭ ହୋଇଯାଇଥିଲା ଉତ୍ସବ। ତାରକା ହୋଟେଲରେ ସାଙ୍ଗସାଥୀ, ସମ୍ପର୍କୀୟଙ୍କୁ ଦିଆଯାଉଥିଲା ପଞ୍ଚ ତାରକା ହୋଟେଲର ଭୋଜନ। ଘରେ ଥିଲା ଖୁସିର ମାହୋଲ୍। କିନ୍ତୁ ତା’ ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା। ଚୋର ଘର ସବୁଦିନ ଅନ୍ଧାର ରହି ନଥାଏ। ପୁନେରେ ବିପୁଳ କଳା ସାମ୍ରାଜ୍ୟର ବାଦଶାହା ପାଲଟିଥିବା ଆକାଶକୁ ଫିଲ୍ମ ଷ୍ଟାଇଲରେ ଉଠାଇ ନେଇଥିଲା ଭିଜିଲାନ୍ସ। ବିମାନ ଯୋଗେ ମୁମ୍ବାଇରୁ ଭୁବନେଶ୍ବର ଆଣି ଗତକାଲି ରାତିତମାମ୍ ଜେରା କରିବା ପରେ ଗିରଫ କରିଥିଲା। ହାତଗଣ୍ଠି ପୂର୍ବରୁ ହାତକଡ଼ି ପଡିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।

publive-image

୨ଲକ୍ଷ ଟଙ୍କିଆ ବାଇକ୍, ୭୫ଇଞ୍ଚିଆ ଏଲଇଡି ଟିଭି, ଲକ୍ଷେ ଟଙ୍କିଆ କୁକୁର
ପୂରା ଅୟସ ଆରାମରେ ଜୀବନ ବିତାଉଥିଲା ଆକାଶ। ଖାଲି ଗାଡ଼ି କି ଘର ନୁହେଁ, କୁକୁର ରଖିବାର ସଉକ୍ ବି ରଖିଥିଲା। ଗୋଟିଏ ପଗ୍ ପ୍ରଜାତିର ଛୋଟ ବିଦେଶୀ କୁକୁର ରଖିଥିଲା। ଯାହାର ଦାମ୍ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରୁଛି ଭିଜିଲାନ୍ସ। କୋଟି କୋଟି କଳା ଟଙ୍କାରେ ବୁଡ଼ି ରହୁଥିବା ଆକାଶ ଏମିତି ଟଙ୍କା ଉଡ଼ାଉଥିଲା। ପୁନେରେ ରହୁଥିବା ଫ୍ଲାଟରେ ଲଗାଇଥିଲା ୭୫ଇଞ୍ଚର ଏଲଇଡି ଟିଭି, ସାଉଣ୍ଡ ସିଷ୍ଟମ୍। ଯାହାର ଦାମ୍ ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଖାଲି ନାମୀଦାମୀ କାର୍‌ ନୁହେଁ, ବାଇକ୍‌ର ମଧ୍ୟ ସଉକ୍ ରଖୁଥିଲା ଆକାଶ।

publive-image

ଜବତ ହୋଇଥିବା ଦାମୀ ଗାଡ଼ି ଭିତରୁ ଗୋଟିଏ ମର୍ସିଡିଜର ମୂଲ୍ୟ ୧କୋଟି ୬୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିପରି ପୁନେରେ ଏକ ମହିନ୍ଦ୍ରା ଜାଵା ବାଇକ୍ ଜବତ କରାଯାଇଛି। ଏହାର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏଭଳି ଢଙ୍ଗରେ ଆକାଶ ବିତାଉଥିଲା ବିଳାସପୂର୍ଣ୍ଣ ଜୀବନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe