ଆଇଆଇଟି ଭୁବନେଶ୍ୱରରେ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ

Advertisment
ଆଇଆଇଟି ଭୁବନେଶ୍ୱରରେ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ

ଜଟଣୀ: ଜଟଣୀସ୍ଥିତ ଆଇଆଇଟି ଭୁବନେଶ୍ୱର ଆନୁକୁଲ୍ୟରେ କମ୍ପ୍ୟୁଟର୍‌ ସମସ୍ୟା ସମାଧାନ ସମ୍ପର୍କିତ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହୋଇଛି। ଦେଶ ବିଦେଶର ୨୫୦ଜଣ ବୈଜ୍ଞାନିକ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଆଇଆଇଟିର ନିର୍ଦେଶକ ପ୍ରଫେସର ଡ. ଆର୍‌ଭି ରାଜାକୁମାର ଏହାକୁ ଉଦ୍‌ଘାଟନ କରିବା ସହ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ସଫ୍‌ଟ୍‌ କମ୍ପ୍ୟୁଟିଂ ମାଧ୍ୟମରେ ମ୍ୟାଥ୍‌ମେଟିକାଲ୍‌ ମଡେଲିଂ, ସିଗ୍‌ନାଲ୍‌ ପ୍ରୋସେସିଂ ଏବଂ କମ୍ପ୍ୟୁଟିଂର ସରଳୀକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଗଣିତଜ୍ଞ ଗୋକୁଳାନନ୍ଦ ଦାସ, ଜେନେରାଲ୍‌ ଚେୟାର୍‌ ତଥା ଷ୍ଟିୟରିଂ କମିଟିର ସଭ୍ୟ ପ୍ରଫେସର କୁସୁମ ଦୀପ ଏବଂ ପ୍ରଫେସର ଚନ୍ଦ୍ରମୋହନ ପ୍ରମୁଖ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅଂଶଗ୍ରହଣ କରିଥିବା ବିଜ୍ଞାନୀମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟର ପ୍ରଫେସର କଲ୍ୟାଣମୟ ଦେବ, ଫ୍ଲୋରିଡ଼ା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପ୍ରଫସର ରାମନାରାୟଣ ମହାପାତ୍ର, ଅଷ୍ଟ୍ରେଲିଆ ଓ୍ଵଲଗଙ୍ଗ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ସଙ୍ଗ ପିଙ୍ଗ୍‌ ଜୁହୁ, ଗ୍ରିଫ୍ଥି ବିଶ୍ୱ ବିଦ୍ୟାଳୟର ପ୍ରଫେସର ସେୟାଦଲି ମିର୍‌ଜାଲିଲ୍‌, ନରେଓ୍ଵ ହଗ୍‌ମୁଣ୍ଡ ବିଶ୍ୱ ବିଦ୍ୟାଳୟର ଅଜିତ୍‌ ବର୍ମା, କଲିକତା ଆଇଏସ୍‌ଆଇର ସ୍ୱାଗତମ୍‌ ଦାସ, ବାଙ୍ଗାଲୋର୍‌ର ଆଇଆଇଏସ୍‌ସି ପ୍ରଫେସର ରାଧାକାନ୍ତ ପାଢ଼ୀ ପ୍ରଭୃତିଙ୍କ ସହିତ ଅନ୍ୟମାନେ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନ କରିବେ ବୋଲି ଆଇଆଇଟି ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe