କ୍ଷୁଦ୍ର ପାର୍ବତ୍ୟ ହ୍ରଦ ସମ୍ପର୍କରେ ଆଇଆଇଟିର ଅଧ୍ୟୟନ

ପାର୍ବତ୍ୟ ଅଞ୍ଚଳରେ ଥିବା କ୍ଷୁଦ୍ର ହ୍ରଦଗୁଡ଼ିକ ଶୁଖିଯିବା ଦ୍ବାରା ସେଗୁଡ଼ିକ ପରିବେଶ ଉପରେ କିଭଳି ବିନାଶକାରୀ ପ୍ରଭାବ ପକାଇଥାନ୍ତି ତାହା ଉପରେ ଆଇଆଇଟି ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି।

Untitled-4

ଜଟଣୀ: ପାର୍ବତ୍ୟ ଅଞ୍ଚଳରେ ଥିବା କ୍ଷୁଦ୍ର ହ୍ରଦଗୁଡ଼ିକ ଶୁଖିଯିବା ଦ୍ବାରା ସେଗୁଡ଼ିକ ପରିବେଶ ଉପରେ କିଭଳି ବିନାଶକାରୀ ପ୍ରଭାବ ପକାଇଥାନ୍ତି ତାହା ଉପରେ ଆଇଆଇଟି ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି। ‘କମ୍ୟୁନିକେସନ୍ସ ଆର୍ଥ ଆଣ୍ଡ ଏନ୍‌ଭିରୋନ୍‌ମେଣ୍ଟ’ରେ ପ୍ରକାଶିତ ଏହି ନୂତନ ଅଧ୍ୟୟନରେ  ନେପାଳର ଲିମି ଉପତ୍ୟାକାରେ ଏକ ବିନାଶକାରୀ ବନ୍ୟା ଘଟଣାର ଅବତାରଣା କରାଯାଇଛି। ଏହି ଅଧ୍ୟୟନରେ ପାର୍ବାତ୍ୟ ଅଞ୍ଚଳର କ୍ଷୁଦ୍ର ହ୍ରଦଗୁଡ଼ିକ ସମ୍ପର୍କରେ କୁହାଯାଇଛି ଯେ, ବଡ଼ ହିମବାହୀ ହ୍ରଦ ତୁଳନାରେ କ୍ଷୁଦ୍ର ଉଚ୍ଚ ପର୍ବତ ହ୍ରଦଗୁଡ଼ିକୁ ପ୍ରାୟତଃ ଅଣଦେଖା କରାଯାଏ। କିନ୍ତୁ ଯେତେବେଳେ ଏଗୁଡ଼ିକ ହଠାତ୍ ଜଳଶୂନ୍ୟ ହୋଇଯାଆନ୍ତି, ସେତେବେଳେ ସେଗୁଡ଼ିକ ଗୁରୁତର ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ଥାଏ। 
ଏହି ଅବସରରେ ଆଇଆଇଟିର ସହାୟକ ପ୍ରଫେସର ଡ. ଆଶିମ ସତ୍ତାର କହିଛନ୍ତି ଯେ, ବିପଦ ମୂଲ୍ୟାଙ୍କନରେ ଏପରି ଘଟଣାଗୁଡ଼ିକୁ ପ୍ରାୟତଃ ଭୁଲ ଭାବରେ ଦର୍ଶାଯାଇଥାଏ କିମ୍ବା କମ୍ ଆକଳନ କରାଯାଏ। ଫଳରେ ବିପର୍ଯ୍ୟୟ ପ୍ରସ୍ତୁତିରେ ଫାଙ୍କ ସୃଷ୍ଟି ହୁଏ। ପାହାଡ଼ି ଅଞ୍ଚଳରେ ଥିବା କ୍ଷୁଦ୍ର ହ୍ରଦ ମଧ୍ୟ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଦୀର୍ଘକାଳୀନ ପରିଣାମ ସହିତ ବିପଦ ସୃଷ୍ଟି କରିପାରେ ପ୍ରଫେସର ସତ୍ତାର କହିଛନ୍ତି। ଏହି ବିପଦଗୁଡ଼ିକୁ ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଚାର୍ଲ୍ସ ବିଶ୍ୱବିଦ୍ୟାଳୟର ଗବେଷକ ଡ. ଆଡାମ ଏମର ମତ ଦେଇଛନ୍ତି। ଏହି ଅଧ୍ୟୟନରେ ହିମାଳୟ ଓ ଅନ୍ୟାନ୍ୟ ଉଚ୍ଚ ପର୍ବତ ଅଞ୍ଚଳର କ୍ଷୁଦ୍ର ହ୍ରଦ ସହିତ ଜଡ଼ିତ ବିପଦଗୁଡ଼ିକୁ ଚିହ୍ନଟ ଏବଂ ତଦାରଖ କରିବାକୁ ଆହ୍ୱାନ କରାଯାଇଛି। ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଓ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିଗୁଡ଼ିକୁ ବର୍ତ୍ତମାନର ବିପଦ ମୂଲ୍ୟାଙ୍କନ ପଦ୍ଧତିରେ ସାମିଲ କରିବାକୁ ଅନୁରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଅଧିକ ସଚେତନତା ଆବଶ୍ୟକ ବୋଲି ଡ. ଏମର ଆହୁର ଓ ଆଇସିଆଇଏମଓଡିର ଡ. ମହମ୍ମଦ ଫାରୁକ ଆଜାମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe