ପୁରୁଣା ଭୁବନେଶ୍ୱର : ରଥଦାଣ୍ଡରେ ବଢ଼ୁଛି ଜବରଦଖଲ। ସ୍ଥାନୀୟ ଗୋସାଗରେଶ୍ବର ଛକଠାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ମନଇଚ୍ଛା ଜବରଦଖଲ କରାଯାଉଛି। ରାସ୍ତା କଡ଼ରେ କବାଡ଼ି ଦୋକାନ, ସର୍ଭିସିଂ ସେଣ୍ଟର ଆଦି ଖୋଲିଥିବା ନେଇ ବିଏମ୍ସିରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ପୁରୁଣା ଲିଙ୍ଗରାଜ ମାର୍କେଟ୍ ଭଙ୍ଗାଯିବା ପରେ ଯେଉଁ ଭଙ୍ଗା ଲୁହା ବାହାରିଥିଲା, ତାହା ଏହି ରାସ୍ତାରେ ଗଦା ହୋଇ ରହିଛି। ସେହିପରି ରାସ୍ତା କଡ଼ରେ ସର୍ଭିସିଂ ସେଣ୍ଟର ଖୋଲାଯାଇ ଥିବାରୁ ରାସ୍ତାରେ ଯିବା ଆସିବା ବେଳେ ଲୋକଙ୍କ ଉପରେ ପାଣି ଛିଟା ପଡ଼ୁଛି। ଫଳରେ ଯିବା ଆସିବା ବେଳେ ଲୋକଙ୍କୁ ସମସ୍ୟା ହେଉଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ମିଳିବା ପରେ ଏଗୁଡ଼ିକୁ ଉଚ୍ଛେଦ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉକି ଗତ ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର କଡ଼ରେ ଉଚ୍ଛେଦ ଆରମ୍ଭ ହୋଇଛି। ରଥଗଡ଼ା ଛକଠାରେ ଥିବା ୧୦ଟି ଅସ୍ଥାୟୀ ଦୋକାନକୁ ଆଜି ବିଏମ୍ସି ପକ୍ଷରୁ ଉଚ୍ଛେଦ କରାଯାଇଛି।
ପୁରୁଣା ଭୁବନେଶ୍ୱର : ରଥଦାଣ୍ଡରେ ବଢ଼ୁଛି ଜବରଦଖଲ
Advertisment
Follow Us