ଶ୍ରୀଲିଙ୍ଗରାଜଙ୍କ ଜମିରେ ଅବୈଧ ନିର୍ମାଣ: ଉପଜିଲ୍ଲାପାଳଙ୍କୁ ଫେରାଦ

ଶ୍ରୀଲିଙ୍ଗରାଜଙ୍କ ଜମିରେ ଅବୈଧ ନିର୍ମାଣ: ଉପଜିଲ୍ଲାପାଳଙ୍କୁ ଫେରାଦ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବରଦଖଲ କରି ଜମିମାଫିଆ ଅବୈଧ ନିର୍ମାଣ କରୁଛନ୍ତି। ଏହା ବିରୋଧରେ ଆଜି ଏକାମ୍ର ଜନ ଜାରଗଣ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଭୀମପୁର ମୌଜାର ଖାତା ନଂ ୧୯୩୫ ଓ ହାଲ୍ ଖାତା ନଂ ୪୩୩କୁ ଚଞ୍ଚକତାପୂର୍ବକ କିଛି ବ୍ୟକ୍ତିବିଶେଷଙ୍କ ନାମରେ ରେକର୍ଡଭୁକ୍ତ କରାଯାଇଛି। ଏହି ଜମିର ମୂଳ ମାଲିକ ଶ୍ରୀଲିଙ୍ଗରାଜ ମହାପ୍ରଭୁ। ଏହାର ତଦନ୍ତ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଗତ ୨୦୨୦ମସିହା ସେପ୍ଟେମ୍ବର ୨୩ତାରିଖରେ ଚିଠି ନଂ ୨୮୦୯୯ରେ ନିର୍ଦ୍ଦେଶ ଦିଆଯାଇଥିଲା।

ସେହିପରି ଦେବୋତ୍ତର ବିଭାଗକୁ ସମ୍ପତ୍ତି ସୁରକ୍ଷା ପାଇଁ ପଦକ୍ଷେପ ନେବା ଓ ମନ୍ଦିର ପ୍ରଶାସନକୁ ବୋର୍ଡ ଅଫ୍ ରେଭେନ୍ୟୁରେ ମାମଲା କରିବା ପାଇଁ ନିର୍ଦ୍ଦେଶ ଥିଲା। ହେଲେ ମନ୍ଦିର ପ୍ରଶାସନ ଖାଲି ମାମଲା ଦାଖଲ କରି ଚୁପ୍‌ ବସିପଡ଼ିଲା। ସେହିପରି ଦେବୋତ୍ତର ବିଭାଗ ଯତ୍ନଶୀଳ ହେବା ବଦଳରେ ସ୍ଥାଣୁ ପାଲଟି ଗଲା। ଏହାର ସୁଯୋଗ ନେଇ ଜମି ମାଫିଆ ଉକ୍ତ ଭୂସମ୍ପତ୍ତି ଉପରେ ଏବେ ଅବୈଧ ନିର୍ମାଣ କରୁଛନ୍ତି। ତେଣୁ ତୁରନ୍ତ ବେଆଇନ ନିର୍ମାଣ ବନ୍ଦ କରିବାକୁ ମଞ୍ଚ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛି। ଏ ସଂପର୍କରେ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଜିର ଏହି ବିକ୍ଷୋଭରେ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକ, ବିମଳ ଚନ୍ଦ୍ର ପରମୁଗୁରୁ, ଗୋପୀନାଥ ପ୍ରଧାନ, ରାଜେଶ ମିଶ୍ର, ସୌମ୍ୟରଞ୍ଜନ ପଣ୍ଡା, ଦିଲ୍ଲୀପ ସୁବୁଦ୍ଧି, ସୁଲତା ସାହାଣୀ, ସଞ୍ଜୁଲତା ପଟ୍ଟନାୟକ, ବିନୋଦିନୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe