ବିଏମ୍‌ସି ନିୟମକୁ ଫୁ’ : ଉଚ୍ଛେଦ ପରେ ପୁଣି ଦଖଲ

Advertisment
ବିଏମ୍‌ସି ନିୟମକୁ ଫୁ’ : ଉଚ୍ଛେଦ ପରେ ପୁଣି ଦଖଲ

ଭୁବନେଶ୍ବର : ବିଏମ୍‌ସି ଓ ବିଡିଏର ଉଚ୍ଛେଦକାରୀ ଅଧିକାରୀଙ୍କ ଉପରେ ଲୋକ ହସିଲେଣି। କାରଣ ଯେଉଁଦିନ ଉଚ୍ଛେଦକାରୀ ଟିମ୍‌ ଜେସିବି ଲଗାଇ ଦୋକାନ ଭାଙ୍ଗିଲେ ବୋଲି କହୁଛନ୍ତି, ତା’ ପରଦିନ ସେଠାରେ ପୁଣି ଦୋକାନ ଗଢ଼ା ହେଉଛି। ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ପ୍ରତି ଅଞ୍ଚଳରେ ଏମିତି ଉଚ୍ଛେଦ ପରଦିନ ପୁଣି ଦୋକାନ ବସୁଥିଲେ ହେଁ କର୍ତ୍ତୃପକ୍ଷ କିଛି କରି ପାରୁନାହାନ୍ତି। ଏହି ଦୁଇଟି ସଂସ୍ଥାର ଅଧିକାରୀଙ୍କ ଅପାରଗତାର ଫାଇଦା ଉଠାଉଛନ୍ତି ଉଠା ବ୍ୟବସାୟୀ।

ନିକଟ‌େର ବିଏମ୍‌ସି ଓ ବିଡିଏ ପକ୍ଷରୁ ୟୁନିଟ-୧ରେ ରାଜମହଲରୁ-ଏଜି ଛକ ମଧ୍ୟରେ ରାସ୍ତା ଉପରେ ଫଳ ଦୋକାନ କରିଥିବା ଠେଲାଗାଡ଼ିଗୁଡ଼ିକୁ ଉଚ୍ଛେଦକାରୀ ଟିମ୍ ଦ୍ବାରା ଜବତ କରାଯାଇଥିଲା। ଜେସିବି ଲଗାଇ କେତେକ ଦୋକାନକୁ ଭଙ୍ଗା ଯାଇଥିଲା। ଏଜିରୁ ରାଜମହଲ (ୟୁନିଟ-୨) ଏବଂ ବାପୁଜୀନଗର ଅଞ୍ଚଳରେ ମଧ୍ୟ ଏମିତି ଉଚ୍ଛେଦ ହୋଇଥିଲା। ବିଏମ୍‌ସି ପକ୍ଷରୁ ନିୟମ ହୋଇଥିଲା ଯେ ଯେଉଁମାନେ ଫୁଟପାଥ୍ ଓ ‌ରାସ୍ତା ଜବରଦଖଲ କରି ଦୋକାନ ପକାଇବେ, ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ହେବ। ହେଲେ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତି। ଏଠାରେ ପ୍ରଶ୍ନ ଉଠୁଛି, ଉଚ୍ଛେଦ ପରେ କେଉଁଠି କ’ଣ ହେଉଛି, ତାହା ଉପରେ କ’ଣ କର୍ତ୍ତୃପକ୍ଷ ନଜର ରଖୁନାହାନ୍ତି ନା ଯେଉଁମାନେ ନଜର ରଖୁଛନ୍ତି ସେମାନେ ଲାଞ୍ଚ ନେଇ ସବୁ ବେଆଇନ କାମକୁ ପ୍ରଶୟ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe