ଚୋରାଚାଲାଣ ବେଳେ ଏକକୋଟିରୁ ଊର୍ଧ୍ୱ ମୂଲ୍ୟର ରତ୍ନ ପଥର ଜବତ, ଜଣେ ଗିରଫ

ଚୋରାଚାଲାଣ ବେଳେ ଏକକୋଟିରୁ ଊର୍ଧ୍ୱ ମୂଲ୍ୟର ରତ୍ନ ପଥର ଜବତ, ଜଣେ ଗିରଫ

ଭୁବନେଶ୍ୱର : ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ତିନି କୁଇଣ୍ଟାଲ ଓଜନର ରତ୍ନପଥର ଜବତ କରିଛି।  ଏହି ରତ୍ନ ପଥର ଜବତ ହେବା ପରେ ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଛି । ଏହି ଘଟଣାରେ ସଂପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୁଖ୍ୟତଃ ୩୦୨.୧୮ କିଲୋ ଓଜନର  ରୁବି ଓ ପାନ୍ନା ଭଳି ଦାମୀ ପଥର ଜବତ ହୋଇଛି।

ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ହେଉଥିବାର ନେଇ ଏସ୍‌ଟିଏଫ୍‌ ଟିମ୍‌କୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଖବର ପାଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ କଳାହାଣ୍ଡି ଜିଲ୍ଲା ଜୁନାଗଡରେ ଚଢାଉ ଆରମ୍ଭ କରିଥିଲା। ଏହି ଚଢ଼ାଉ ସମୟରେ ତିନି କୁଇଣ୍ଟାଲର ରତ୍ନପଥ ଜବତ ହୋଇଛି। ରତ୍ନ ପଥର ଚୋରା କାରବାରରେ ସାମିଲ ଥିବା ଏସ୍‌ଟିଏଫ୍‌ ଟିମ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ସୁଜିତ କୁମାର ମେହର। ସେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ପଳାଶରେ ବସବାସ କରୁଥିବା ରମେଶ ମେହେରଙ୍କ ପୁଅ ବୋଲି ଜଣାପଡ଼ିଛି। ରତ୍ନପଥର ଚୋରାଚାଲାଣର ଅଧିକ ସୂଚନା ପାଇଁ ଅଭିଯୁକ୍ତ ସୁଜିତ କୁମାର ମେହରଙ୍କୁ ପଚାଉପଚରା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe