ଭୁବନେଶ୍ବରରେ ୩ ଅଙ୍କ ଛୁଇଁଲା କରୋନା

Advertisment

ବଢ଼ିଲା ପରୀକ୍ଷା କେନ୍ଦ୍ର

ବଢ଼ିଲା ପରୀକ୍ଷା କେନ୍ଦ୍ର

ଭୁବନେଶ୍ବରରେ ୩ ଅଙ୍କ ଛୁଇଁଲା କରୋନା

Elsevier

ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଦିନ ପରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଅଙ୍କ ଛୁଇଁଛି। ଗତ ୨୪ଘଣ୍ଟା ମଧ୍ୟ‌ରେ ୧୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ସୂଚନା ଦେଇଛି। ୭ ଦିନ ଭିତରେ ୫୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୭ ଜଣ ସକ୍ରିୟ ରହିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ବିଏମ୍‌ସି ଅଞ୍ଚଳରେ ମାସ୍କ ବାଧ୍ୟତାମୂଳକ କରାଯିବା ସହ କରୋନା ପରୀକ୍ଷା ଉପରେ ଗୁରତ୍ବାରୋପ କରାଯାଇଛି।

ଭୁବନେଶ୍ୱରରେ ୨୫ଟି ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ କୋଭିଡ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୯ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ପରୀକ୍ଷା କରାଯାଉଛି। କ୍ୟାପିଟାଲ ହସ୍ପିଟାଲ୍‌ରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପରୀକ୍ଷା କରାଯାଉଛି। କୋଭିଡ୍‌ ଲକ୍ଷଣ ଦେଖାଦେଲେ ତୁରନ୍ତ ଏହି ସବୁ କେନ୍ଦ୍ରଗୁଡ଼ିକରେ ବିନା ମୂଲ୍ୟରେ ନମୁନା ପରୀକ୍ଷା କରିବା ପାଇଁ ଜନସାଧାରଣଙ୍କୁ ବିଏମ୍‌ସି ପରାମର୍ଶ ଦେଇଛି। ଏହା ଛଡ଼ା କରୋନା ସମ୍ପର୍କିତ ଯେକୌଣସି ଅଭିଯୋଗ କିମ୍ବା ପରାମର୍ଶ ପାଇଁ ୨୪ଘଣ୍ଟିଆ ହେଲ୍‌ପ ଲାଇନ୍ ନମ୍ବର ୧୯୨୯ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe