ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଘାତ ପିଟିଲେ, ଉଡ଼ାଇଦେଲେ ସିସିଟିଭି ଫୁଟେଜ୍‌

Advertisment

୩ଜଣଙ୍କୁ ଅଟକ ରଖି ଜେରା, ସଂକଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି

୩ଜଣଙ୍କୁ ଅଟକ ରଖି ଜେରା, ସଂକଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଘାତ ପିଟିଲେ, ଉଡ଼ାଇଦେଲେ ସିସିଟିଭି ଫୁଟେଜ୍‌

ଭୁବନେଶ୍ବର: ସ୍ବାମୀଙ୍କ ନିଶା ଅଭ୍ୟାସ ଛଡ଼ାଇବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଭାବିଥିଲେ ସେଠାରେ କିଛି ଦିନ ରହିବା ପରେ ସବୁ ଠିକ୍‌ଠାକ ହୋଇଯିବ। ସ୍ବାମୀ ବାଟକୁ ଫେରିଆସିବେ। ହେଲେ ସେଭଳି କିଛି ଘଟିଲା ନାହିଁ। ନିଶା ନିବାରଣ କେନ୍ଦ୍ରରେ ନିଶା ଅଭ୍ୟାସ ଛଡ଼ାଇବେ କ’ଣ, ସାମାନ୍ୟ ବଚସାକୁ ନେଇ ନିର୍ଘାତ ପିଟିପିଟି ଗୁରୁତର କଲେ। ‌ଏବେ ସଂକଟାପନ୍ନ ଅବସ୍ଥାରେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅନ୍ତେବାସୀ ସର୍ବେଶ୍ବରା ବେହେରା। ଏଭଳି ଅଭାବନୀୟ ଘଟଣା ଘଟିଛି ଭୋଟପଡ଼ା ସ୍ଥିତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ। ଏନେଇ ସର୍ବେଶ୍ବରଙ୍କ ପତ୍ନୀ ଉର୍ମିଳା ବେହେରା ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି କେନ୍ଦ୍ରର ମୁଖ୍ୟ ଅନିରୁଦ୍ଧ ରାୟଙ୍କ ସମେତ ପ୍ରବଳ ମାଡ଼ ମାରିଥିବା ଅଙ୍କିତ ରାଉତ ଓ ଅନ୍ତର୍ଯାମୀ ମିଶ୍ର ଏମିତି ତିନିଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ମୁତାବକ, ସର୍ବେଶ୍ୱର ନୟଗାଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳର ହୋଇଥିବା ବେଳେ ଗତ ୧୦ ବର୍ଷ ହେବ ପରିବାର ସହ ପଥରବନ୍ଧବସ୍ତିରେ ରହୁଥିଲେ। ସେ ନିଶାସକ୍ତ ରହୁଥିବାରୁ ନିଶା ଛଡାଇବା ପାଇଁ ପରିବାର ଲୋକ ଗତ ୨୭ ତାରିଖରେ ସାଇ କୃପା ନିଶା ନିବାରଣ କେନ୍ଦ୍ର ଜିମାରେ ଦେଇଥିଲେ। ସେଠାରେ ରହିବା ବାବଦକୁ ୭ ହଜାର ଟଙ୍କା ପୈଠ କରିଥିଲେ। ତେବେ ଗତ ୨୯ ତାରିଖ ରାତି ପାଖାପାଖି ୨ଟା ସମୟରେ କୌଣସି କାରଣକୁ ନେଇ ସର୍ବେଶ୍ବର ଅସ୍ବାଭାବିକ ହୋଇପଡ଼ିଥିଲେ। ତାଙ୍କର ଏଭଳି ଆଚରଣକୁ ଆୟତ କରିବା ପାଇଁ ସେଠରେ ଥିବା ଅଙ୍କିତ ଓ ଅନ୍ତର୍ଯାମୀ ପାଇପ୍‌ରେ ନିସ୍ତୁକ ପିଟିଥିଲେ। ପିଟିପିଟି ‌ଲହୁଲୁହାଣ କରିଥିଲେ। ପରଦିନ ଅର୍ଥାତ ୩୦ ତାରିଖ ଅପରାହ୍ଣ ୩ଟା ସମୟରେ ତାଙ୍କୁ ଖାଇବା ପାଇଁ ଡ଼ାକିବାରୁ ସେ କୌଣସି ଜବାବ ଦେଇନଥିଲେ।

ସଜ୍ଞାହୀନ ଥିବା ଦେଖି କେନ୍ଦ୍ରର କର୍ମଚାରୀ ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଦେଖି ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କୁ ପାଣ୍ଡରା ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ୍‌ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି। ଉଦ୍‌ବେଗର କଥା ଯେ, ପ୍ରବଳ ମାଡ଼ ମାରାଯାଇଥିବା ‌ବେଳେ କେନ୍ଦ୍ର କର୍ତ୍ତୃପକ୍ଷ କାହିଁକି ତାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିନଥିଲେ। ସେ ଗୁରୁତର ଥିବା ଜାଣିବା ପରେ ପୁଲିସ ତଦନ୍ତ ଭୟରେ କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ମଧ୍ୟ ଉଡ଼ାଇଦେଇଥିବା ଜଣାପଡ଼ିଛି। ତେବେ ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe