ବିଧାନସଭା ସାମ୍ନା ଟାଓ୍ୱାରରେ ଚଢ଼ି ଯୁବକଙ୍କ ହଙ୍ଗାମା: ପୁଲିସ, ଅଗ୍ନିଶମ କର୍ମଚାରୀ ନାକେଦମ୍

ବିଧାନସଭା ସାମ୍ନା ଟାଓ୍ୱାରରେ ଚଢ଼ି ଯୁବକଙ୍କ ହଙ୍ଗାମା: ପୁଲିସ, ଅଗ୍ନିଶମ କର୍ମଚାରୀ ନାକେଦମ୍

ଭୁବନେଶ୍ବର: ସମୟ ଅପରାହ୍‌ଣ ୫ଟା। ବିଧାନସଭା ସମ୍ମୁଖରେ ଖେଳିଗଲା ଆତଙ୍କ। ବିଧାନସଭା ସମ୍ମୁଖରେ ଥିବା ମୋବାଇଲ ଟାଵାର ଉପରେ ଚଢ଼ି ଯୁବକଙ୍କ ହଙ୍ଗାମା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା। ବଡ଼ ପାଟିରେ ରଡ଼ି କରୁଥାନ୍ତି ଯୁବକ ଜଣକ। ପୁଲିସ କଣ୍ଟ୍ରୋଲ ରୁମ୍ ଓ ଅଗ୍ନିଶମ କେନ୍ଦ୍ରକୁ ଖବର ଗଲା। ଘଟଣାସ୍ଥଳକୁ ଛୁଟିଲା ଦମକଳ ଓ ପିସିଆର୍ ଭ୍ୟାନ୍। ସିଡ଼ି ଲଗାଇ ଅଗ୍ନିଶମ କର୍ମଚାରୀ ଆରମ୍ଭ କଲେ ଅପରେସନ୍। ପ୍ରାୟ ଅଧ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ତଳକୁ ଆଣିଲା ଅଗ୍ନିଶମ ଟିମ୍। ଏହା ପରେ ଅଗ୍ନିଶମ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ପିସିଆର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ। ପିସିଆର ଭ୍ୟାନ୍ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯୁବକ ଜଣକ ଜଣେ ଆଇଏଏସ୍ ଅଫିସରଙ୍କ ନାଁ ନେଇ ରଡ଼ି ଛାଡୁଥିଲେ। ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କୁ ଦେଖା କରିବା ପାଇଁ ବାରମ୍ବାର କହୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଯୁବକ ଜଣକ ମାନସିକ ବିକୃତ କି ନୁହେଁ ଜଣା ପଡ଼ି ନ ଥିଲେ ମଧ୍ୟ ଟାଵାର ଉପରେ ଚଢ଼ିବାର କାରଣ ବି ଅସ୍ପଷ୍ଟ ରହିଛି। ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଘଟାଇଥିଲେ ବୋଲି ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe