ରାଜଧାନୀରେ ଡଙ୍ଗା ଭସା ମନା, ବିଏମ୍‌ସି ଲଗାଇଲା କଟକଣା

Advertisment
ରାଜଧାନୀରେ ଡଙ୍ଗା ଭସା ମନା, ବିଏମ୍‌ସି ଲଗାଇଲା କଟକଣା

Gapu Photography

ଭୁବନେଶ୍ବର: ରାଜଧାନୀରେ ଭସାଯିବନି ଡଙ୍ଗା। କାର୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ବର ମହାନଗର ମଧ୍ୟରେ ଆସୁଥିବା କୌଣସି ଜଳାଶୟରେ ଡଙ୍ଗା ଭସାଇବାରେ ରୋକ୍‌ ଲଗାଇଛି ବିଏମ୍‌ସି। ବିନ୍ଦୁସାଗର ଓ ନଦୀଘାଟ ସମେତ ବିଏମ୍‌ସି ଅଞ୍ଚଳ ପରିସରରେ ଆସୁଥିବା କୌଣସି ଜଳାଶୟରେ ଡଙ୍ଗା ଭସାଇବାକୁ ଦିଆଯିବ ନାହିଁ। ଏନେଇ ଆଜି ବିଏମ୍‌ସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। କାର୍ତିକ ପୂର୍ଣ୍ଣିମାରେ ନଦୀ ଘାଟ ଓ ପୋଖରୀମାନଙ୍କରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଆଧ୍ୟାତ୍ମିକ ଓ ଐତିହାସିକ ଭାବଧାରା ଜଡ଼ିତ ଥିବାରୁ ଅନେକ ଭୋର୍‌ ସମୟରେ ନଦୀ ପୋଖରୀରେ ସ୍ନାନ କରିଥାଆନ୍ତି। ବିଶେଷକରି ପବିତ୍ର ପୁଷ୍କରିଣୀ ବିନ୍ଦୁ ସାଗରରେ ବୁଡ଼ ଦେବା ସହ ଡଙ୍ଗା ଭସାଇବାକୁ ବିପୁଳ ଜନସମାଗମ ହୁଏ। ତେବେ କୋଭିଡ୍‌ର ଭାୟାବହତାକୁ ଦୃଷ୍ଟିରେ ରଖି ଏଥର ଏହି ସମାଗମ ଉ‌ପରେ ରୋକ୍‌ ଲଗାଯାଇଛି। କାର୍ତିକ ପୂ୍ର୍ଣ୍ଣିମା ଅବସରରେ ବିଭିନ୍ନ ବିନ୍ଦୁ ସାଗର ସମେତ ବିଭିନ୍ନ ମନ୍ଦିର ସଂଲଗ୍ନ ପୋଖରୀ ନିକଟରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହା ମଧ୍ୟ ଏଥର ଦେଖିବାକୁ ମିଳିବ ନାହିଁ। ଏନେଇ ଯଦିଓ ସ୍ବତନ୍ତ୍ର ରିଲିଫ୍‌ କମିସନର ପୂର୍ବରୁ ଘୋଷଣା କରିଥିଲେ, ତେବେ ଆଜି ବିଏମ୍‌ସି ସ୍ବତନ୍ତ୍ର ଭାବେ ଏହି ନିର୍ଦେଶନାମା ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe