ରାତିଅଧରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୫ରୁ ଊର୍ଧ୍ବ ଆହତ ଜଣେ ଅଟକ

Advertisment
ବ୍ୟବସାୟୀଙ୍କ ଘରକୁ ବୋମାମାଡ଼: ଗାଡ଼ି ଭଙ୍ଗାରୁଜା, ପେଟ୍ରୋଲ୍‌ ଢାଳି ଜାଳିଦେଲେ

LatestLY

ଭୁବନେଶ୍ବର: ରାତିଅଧରେ ବୁଲିଲା ବହ୍ଲା, ଲୁହା ରଡ୍‌। ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ୫ରୁ ଊର୍ଧ୍ବ ଆହତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଆତଙ୍କ। ଏନେଇ ଉଭୟ ପକ୍ଷରୁ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ କରିବା ସହ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସୂଚନା ମୁତାବକ, ପୂର୍ବ ଶ୍ରତୁତାକୁ କେନ୍ଦ୍ରକରି ସହିଦନଗର ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଗତକାଲି ସନ୍ଧ୍ୟାରେ ଗୋଟିଏ ଗୋଷ୍ଠୀର ଯୁବକ ଟାଇଗର ଓ ତାଙ୍କ ସହଯୋଗୀ ବ୍ଲୁ ହୁଇଲ୍‌ ହୋଟେଲ୍‌ରେ ଖାଉଥିବା ବେଳେ ଅନ୍ୟ ଗୋଷ୍ଠୀର ଯୁବକ ଲିପା ଓ ତାଙ୍କ ସହ‌ଯୋଗୀ ସେଠାରେ ପହଞ୍ଚିଥିଲେ। କୌଣସି କାରଣକୁ ନେଇ ସେଠାରେ ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଯଦିଓ ‌ସେଠାରୁ ଉଭୟ ଗୋଷ୍ଠୀ ଚାଲିଆସିଥିଲେ, ତେବେ ବିବାଦ ରାତିଅଧରେ ଭୟଙ୍କର ରୂପ ନେଇଥିଲା।

ସହିଦକ୍ଲବ ନିକଟରେ ଲିପା ଓ ଟାଇଗରଙ୍କ ସମର୍ଥକ ବହ୍ଲା ଓ ଲୁହା ରଡ୍‌ରେ ପିଟାପିଟି ହୋଇଥିଲେ। ଆକ୍ରମଣ ଓ ପ୍ରତିଆକ୍ରଣ ଯୋଗୁଁ ଉଭୟ ଗୋଷ୍ଠୀର ୫ରୁ ଊର୍ଧ୍ବ ଯୁବକ ଆହତ ହୋଇଥିଲେ। ସେଠାରେ ଆତଙ୍କ ଖେଳିଯିବା ସହ ସ୍ଥିତି ଅଣାୟତ ହୋଇଥିଲା। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଆହତଙ୍କୁ ଊଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ମାମଲା ରୁଜୁକରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଜଣକୁ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ କାବୁ ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe