ପୋଖରୀ ଉନ୍ନତୀକରଣ ଫଳକରେ

Advertisment

ପଞ୍ଚାୟତରେ ଥିଲେ, ବିଏମ୍‌ସିରେ ସାମିଲ ହୋଇ ଖୁସିରେ ଆତ୍ମହରା ହୋଇପଡ଼ିଲେ। ସ୍ବପ୍ନ ଦେଖିଥିଲେ ଯେ ହାତ ପାହାନ୍ତାରେ ସବୁ ସେବା ମିଳିବ। ରାସ୍ତାଘାଟ ଚକାଚକ୍ ହୋଇଯିବ। ଏଲ୍ଇଡି ଆଲୁଅରେ ଗାଁ ଦାଣ୍ଡ ଝଲସିବ।

ପଞ୍ଚାୟତରେ ଥିଲେ, ବିଏମ୍‌ସିରେ ସାମିଲ ହୋଇ ଖୁସିରେ ଆତ୍ମହରା ହୋଇପଡ଼ିଲେ। ସ୍ବପ୍ନ ଦେଖିଥିଲେ ଯେ ହାତ ପାହାନ୍ତାରେ ସବୁ ସେବା ମିଳିବ। ରାସ୍ତାଘାଟ ଚକାଚକ୍ ହୋଇଯିବ। ଏଲ୍ଇଡି ଆଲୁଅରେ ଗାଁ ଦାଣ୍ଡ ଝଲସିବ।

hfkhkkhfkhhk

ଖଣ୍ଡଗିରି: ପଞ୍ଚାୟତରେ ଥିଲେ, ବିଏମ୍‌ସିରେ ସାମିଲ ହୋଇ ଖୁସିରେ ଆତ୍ମହରା ହୋଇପଡ଼ିଲେ। ସ୍ବପ୍ନ ଦେଖିଥିଲେ ଯେ ହାତ ପାହାନ୍ତାରେ ସବୁ ସେବା ମିଳିବ। ରାସ୍ତାଘାଟ ଚକାଚକ୍ ହୋଇଯିବ। ଏଲ୍ଇଡି ଆଲୁଅରେ ଗାଁ ଦାଣ୍ଡ ଝଲସିବ। ଅଳିଆ-ଆବର୍ଜନା ରାସ୍ତାକଡ଼ରେ ଗଦା ହୋଇନଥିବ। ଗାଁ ପୋଖରୀ ସଜାଡ଼ି ହୋଇଯିବ...। ହେଲେ ଏସବୁ କିଛି ହେଲାନି। ପାନୀୟ ଜଳ ପାଇଁ ଓଭର ହେଡ୍ ଟାଙ୍କି ନାହିଁ। ମୋ' ବସ୍ ଗାଁ ମାଟି ମାଡ଼ିନି। ଖୋଲା ପଡ଼ିଆରେ ଶବଦାହ ହେଉଛି। ସ୍ବାସ୍ଥ୍ୟସେବା ପାଇବା ପାଇଁ ୮ କିମି ଦୂରକୁ ଯିବାକୁ ପଡ଼ୁଛି। ଏଭଳି ଦୁଃଖ ପାଇକରାପୁର ଗାଁର ପ୍ରତିଟି ଲୋକର। 

ପାଇକରାପୁରରେ ୩ଟି ପୋଖରୀ ଅଛି। ଗୋଟିଏ ବ୍ୟକ୍ତିଗତ ଓ ଅନ୍ୟ ୨ଟି ସରକାରୀ। ୨ ସରକାରୀ ପୋଖରୀ ଉପରେ ଗାଁର ୨,୦୦୦ରୁ ଅଧିକ ଲୋକ ନିର୍ଭର କରନ୍ତି। ଶୁଦ୍ଧିକାମ, ଅନ୍ୟ ଧାର୍ମିକ କର୍ମଠାରୁ ଆରମ୍ଭକରି ଗାଈଗୋରୁ୍ ଗାଧୁଆ ପର୍ଯ୍ୟନ୍ତ ସବୁକାମ ପାଇଁ ଏହାକୁ ବ୍ୟବହାର କରାଯାଏ। ହେଲେ ପୋଖରୀର ତୁଠ କୋଉଠି ଜାଣି ହେଉନି। ପାହାଚ ଭାଙ୍ଗି ଗଲାଣି। ବଡ଼କଥା ହେଉଛି, ପୋଖରୀର ଉନ୍ନତୀକରଣ ପାଇଁ ୨ ବର୍ଷତଳେ ଟଙ୍କା ମଞ୍ଜୁର ହୋଇଥିଲା। ବିଏମ୍‌ସି ପକ୍ଷରୁ ମିସନ୍‌ଶକ୍ତି ସହଭାଗିତାରେ ଜଳାଶୟ ନବୀକରଣ ହେଉଛି ବୋଲି ୨ଟି ବଡ଼ ଫଳକ ମଧ୍ୟ ଲଗାଗଲା। ହେଲେ ‌ଉନ୍ନତୀକରଣ ସେତିକିରେ ଅଟକି ରହିଛି। ଏବେ ସରକାର ବଦଳିବା ପରେ କେବଳ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ଫଳକ ହଟାଇ ଦିଆଯାଇଛି।

ୟା’ବାଦ୍ ଇଟାଟିଏ ପଡ଼ିନାହିଁ। ଗାଁ ଲୋକେ କିଛି ମାସ ତଳେ ନିଜେ ବାଲି ଓ ଇଟାରେ ଭଙ୍ଗାହୁଡ଼ାର ମରାମତି କରିଥିଲେ। ହେଲେ ବର୍ଷା ଯୋଗୁ ତାହା ମଧ୍ୟ ଖରାପ ହୋଇଗଲା। ଅନ୍ୟପଟେ ପୋଖରୀ ପାଇଁ ଆସିଥିବା ସରକାରୀ ଟଙ୍କା କିଛି କାମ‌ରେ ଲାଗିନି। ଏବେ ପ୍ରଶ୍ନ ଉଠୁଛି, ପୋଖରୀ ଉନ୍ନତିକରଣ ଟଙ୍କା କୁଆଡେ ଗଲା? ବିନ‌ାକାମରେ ଏଥି‌ପାଇଁ ମିଶନଶକ୍ତିକୁ ଟଙ୍କା କେମିତି ମିଳିଲା? ଏ ଗାଁରେ ଡ୍ରେନ୍‌ଟିଏ ନାହିଁ। ପ୍ରତିଦିନ ଅଞ୍ଚଳ‌ର ପ୍ରାୟ ଲୋ‌କଙ୍କ ଗୁହାଳ, ରୋଷେଇ ଘର, ‌ଗାଧୁଆଘରର ପାଣି ରାସ୍ତାରେ ଭାସେ। ଫଳରେ ସବୁବେଳେ ରାସ୍ତା ସନ୍ତସନ୍ତିଆ ରହିବା ସହ ପାଣି ଜମିରୁହେ। ଗାଁଟି ଝର ଅଞ୍ଚଳରେ ଥିବାରୁ ବର୍ଷା ସମୟରେ ଏବେ ରାସ୍ତାର ଅବସ୍ଥା ନକହିବା ଭଲ। ଗ୍ରାମବାସୀ ଭାବିଥିଲେ, ବିଏମ୍‌ସିରେ ମିଶିଲେ ଆଉ ସମସ୍ୟା ରହିବ ନାହିଁ। ହେଲେ ସମାଧାନ ହେବା କଥା ଦୂରେଥାଉ, ଦୁଃଖ ଶୁଣିବା ପରେ ଅଧିକାରୀମାନେ ଗାଁମାଟି ମାଡୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe