ମଦ ଭାଟିରେ ଚଢ଼ଉ ବେଳେ ପୁଲିସକୁ ମାଡ଼

Advertisment

ସବ୍‌ଇନ୍ସପେକ୍ଟରଙ୍କ ସମେତ ୩ ଆହତ

ସବ୍‌ଇନ୍ସପେକ୍ଟରଙ୍କ ସମେତ ୩ ଆହତ

ମଦ ଭାଟିରେ ଚଢ଼ଉ ବେଳେ ପୁଲିସକୁ ମାଡ଼

Times of India

ଭୁବନେଶ୍ବର: ନିଶା ବିରୋଧୀ ଅଭିଯାନକୁ ଜୋରଦାର କରିବାକୁ ଯାଇ କମିସନରେଟ୍ ପୁଲିସ ୨ ସପ୍ତାହ ହେଲା ଚଢ଼ଉ ଜାରି ରଖିଛି। ଗତକାଲି ବିଳମ୍ବିତ ରାତିରେ ଭରତପୁର ତାରିଣୀ ମାର୍କେଟ୍‌ ପଛପାର୍ଶ୍ବରେ ଥିବା ହରପାର୍ବତୀ ସାହିରେ ଚଢ଼ଉ ସମୟରେ ପୁଲିସକୁ ନିଶା ମାଫିଆ ଦମ୍ପତି ଓ ୨ପୁଅ ନିସ୍ତୁକ ମାଡ଼ ମାରିଛନ୍ତି। ନିଶା ମାଫିଆଙ୍କ ଆକ୍ରମଣରେ ଜଣେ ସବ୍‌ଇନ୍ସପେକ୍ଟର୍‌ଙ୍କ ସମେତ ୨ଜଣ ପିଓପିଡି କର୍ମଚାରୀ ଗୁରୁତର ହୋଇଛନ୍ତି।

ଅନ୍ୟପଟେ ଆକ୍ରମଣକାରୀ ନିଶା ମାଫିଆ ପୁଲିସକୁ ମାଡ଼ ମାରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଆକ୍ରମଣ କରିଥିବା ନିଶା ମାଫିଆ ହେଲେ, ହରପାର୍ବତୀ ସାହିର ଗୋବିନ୍ଦ ନାୟକ ଓ ତାଙ୍କ ପତ୍ନୀ କୁମାରୀ ନାୟକ, ୨ ପୁଅ ଅରୁଣ ନାୟକ ଓ ଦୁଶା ନାୟକ। ପୁଲିସ ଉପରେ ଆକ୍ରମଣ ଘଟଣାକୁ ୨୪ଘଣ୍ଟା ପୂରିଥିଲେ ଏପର୍ଯ୍ୟନ୍ତ କେହି ଧରାପଡ଼ି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe