ଉତ୍ତେଜନା ଭିତରେ ସାଇନାଥ ବସ୍ତି ଉଚ୍ଛେଦ, ଟଣାଓଟରାରେ ଗର୍ଭବତୀ ମହିଳା ଆହତ

Advertisment
ଉତ୍ତେଜନା ଭିତରେ ସାଇନାଥ ବସ୍ତି ଉଚ୍ଛେଦ, ଟଣାଓଟରାରେ ଗର୍ଭବତୀ ମହିଳା ଆହତ

ଚନ୍ଦ୍ରଶେଖରପୁର: ସ୍ଥାନୀୟ ସାଇନାଥ ବସ୍ତିରେ ଆଜି ବିଡିଏ ପକ୍ଷରୁ ପୁଣି ଉଚ୍ଛେଦ କରାଯାଇଥିଲା। ତେବେ ଆଜି ପୁଣି ବସ୍ତିବାସିନ୍ଦାମାନେ ଥଇଥାନ କରିବା ଦାବିରେ ଉଚ୍ଛେଦ ସ୍କ୍ବାଡ୍‌କୁ ଜୋର୍‌ଦାର ବିରୋଧ କରିଥିଲେ। ଟଣାଓଟରା ଭିତରେ ଜଣେ ଗର୍ଭବତୀ ମହିଳା ସାମାନ୍ୟ ଆହତ ହେବାରୁ ଉତ୍ତେଜନା ବଢ଼ି ଯାଇଥିଲା। ତେଣୁ ମାତ୍ର ୪ଟି ଘର ଭାଙ୍ଗି ଉଚ୍ଛେଦ ସ୍କ୍ବାଡ୍‌ ଫେରି ଯାଇଥିଲେ।

ଉଚ୍ଛେଦ ପୂର୍ବରୁ ସ୍କ୍ବାଡ୍‌ ବସ୍ତିକୁ ଯାଇଥିବା ବିଦ୍ୟୁତ୍ ଲାଇନ୍‌ କାଟି ଦେଇଥିଲେ। ଏହାପରେ ମହିଳା ଓ ପୁରୁଷମାନେ ସ୍କ୍ବାଡ୍‌ ସମ୍ମୁଖକୁ ମାଡ଼ି ଆସି ବିରୋଧ କରିଥିଲେ। ଫଳରେ ବସ୍ତିବାସିନ୍ଦା ଓ ଉଚ୍ଛେଦକାରୀ କର୍ମଚାରୀଙ୍କ ମଧ୍ୟରେ ବଚସା ଓ ପରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଏପଟେ କିଛି ମହିଳା ଘର ଭିତରେ ବସି ରହିଥିଲେ। ତେଣୁ ସେମାନଙ୍କୁ ଟାଣି ବାହାର କରିବାକୁ ପଡ଼ିଥିଲା। ମହିଳା ପୁଲିସ କର୍ମଚାରୀମାନେ ଟାଣି ନେବା ବେଳେ ଦୀପିକା ଭଟ୍ଟରା ନାମକ ଜଣେ ଗର୍ଭବତୀ ମହିଳା ଆହତ ହୋଇଥିଲେ। ଫଳରେ ବସ୍ତିବାସିନ୍ଦାମାନେ ତାତି ଉଠିଥିଲେ। ତେଣୁ ଗଣ୍ଡ‌ଗୋଳ ବଢ଼ିବା ଆଶଙ୍କା କରି ସ୍କ୍ବାଡ୍‌ ପକ୍ଷରୁ ଉଚ୍ଛେଦ ବନ୍ଦ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe