ଉଦ୍‌ଘାଟିତ ହେଲା ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌ର ନୂତନ କାର୍ଯ୍ୟାଳୟ

Advertisment
ଉଦ୍‌ଘାଟିତ ହେଲା ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌ର ନୂତନ କାର୍ଯ୍ୟାଳୟ

ଭୁବନେଶ୍ୱର : ରାଜଧାନୀର ୟୁନିଟ-୫ କେଶରୀନଗରଠାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏବଂ ସ୍ପେସାଲ ଟାସ୍କଫୋର୍ସ ଓ ସ୍ପେସାଲ ଆର୍ମଡ ଫୋର୍ସର କମାଣ୍ଡାଣ୍ଟ କଣ୍ଟ୍ରୋଲ ସେଣ୍ଟରର ନିଜସ୍ୱ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ବିଲ୍‌ଡିଂକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ବିଲଡିଂ ଓଡ଼ିଶା ପୁଲିସ ପାଇଁ ଗୁରୁତ୍ୱପୂର୍ଣ ବୋଲି ଦର୍ଶାଇବା ସହ ଆବଶ୍ୟକ ଭିତ୍ତିଭୂମି ପୂରଣ ହେବା ପରେ ପୁଲିସ ଉତ୍ତମ କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରିଛନ୍ତି।

publive-imageଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରାଜ୍ୟ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଯେଉଁ କାର୍ଯ୍ୟାଳୟ ଥିଲା, ସେଥିରେ କର୍ମଚାରୀମାନେ ବସିବାକୁ ସ୍ଥାନ ନ ଥିଲା। ନୂତନ ବିଲଡିଂରେ ପୁଲିସ କର୍ମଚାରୀମାନେ କାମ କରିବା ସହଜ ହେବ ଏବଂ ତଦନ୍ତ ବେଶ ସୁରୁଖୁରୁରେ ହୋଇ ପାରିବ। ସେହିପରି କଟକରେ ଥିବା କମାଣ୍ଡାଣ୍ଟ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟାଳୟ ମଧ୍ୟ ଅତ୍ୟନ୍ତ ଛୋଟ ଥିଲା। ୭ଟି ଓଏସ୍‌ଏପି ବାଟାଲିଅନରୁ ଏବେ ୨୩ଟି ବାଟାଲିଅନ୍‌ରେ ପହଞ୍ଚିଲାଣି ଓଡ଼ିଶା ଆର୍ମଡ ପୁଲିସ ଫୋର୍ସ। ତେଣୁ ଭୁବନେଶ୍ୱରରେ ଏକ ନୂତନ ବିଲଡିଂ ପାଇଁ ଯୋଜନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଜେଲ ଏଡିଜି ବିଜୟ କୁମାର ଶର୍ମା, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ମୁଖ୍ୟାଳୟ ଏଡିଜି ସତ୍ୟଜିତ ମହାନ୍ତି, ଅସିତ ପାଣିଗ୍ରାହୀ, ସୁନୀଲ ରୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe