ଉଦ୍‌ଘାଟିତ ହେଲା ଭାରତ ଆନ୍ତର୍ଜାତିକ ନୃତ୍ୟ ଉତ୍ସବ, ଗୋଟିଏ ମଞ୍ଚରେ ଭାରତର ସମସ୍ତ ଶାସ୍ତ୍ରୀୟ ନୃତ୍ୟ

Advertisment
ଉଦ୍‌ଘାଟିତ ହେଲା ଭାରତ ଆନ୍ତର୍ଜାତିକ ନୃତ୍ୟ ଉତ୍ସବ, ଗୋଟିଏ ମଞ୍ଚରେ ଭାରତର ସମସ୍ତ ଶାସ୍ତ୍ରୀୟ ନୃତ୍ୟ

ଭୁବନେଶ୍ବର: ନୂପୁରର ରୁଣୁଝୁଣୁ ଶବ୍ଦ ସହ ଶାସ୍ତ୍ରୀୟ ସଙ୍ଗୀତର ସୁମଧୁର ଧ୍ବନି ଭାସି ଆସୁଥିଲା ଭଞ୍ଜ କଳାମଣ୍ଡପ ପରିସରରୁ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଭାରତର ସମସ୍ତ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶିତ ହେଉଥିଲା ମଞ୍ଚରେ। ଏହା ହିଁ ଦେଶର ବିବିଧତାର ଏକତାର ପରିଚୟ ଦେଇଥିଲା। ଅବସର ଥିଲା ସାଂସ୍କୃତିକୀ ପକ୍ଷରୁ ଆୟୋଜିତ ‘ଭାରତ ଆନ୍ତର୍ଜାତିକ ନୃତ୍ୟ ଉତ୍ସବ’। ଆଦିବାସୀ ନୃତ୍ୟଶୈଳୀ, ଲୋକନୃତ୍ୟ, ଶାସ୍ତ୍ରୀୟ, ସାମରିକ କଳା ଓ ପାରମ୍ପରିକ ଆଦି ନୃତ୍ୟଶୈଳୀର ଏକ ବିଶାଳ ସମ୍ଭାରକୁ ନେଇ ଆୟୋଜିତ ଏହି ଉତ୍ସବରେ ଆଜି କେବଳ ଶାସ୍ତ୍ରୀୟ ନୃତ୍ୟ ପରିବେଷିତ ହୋଇଥିଲା। ଏହି ୩ ଦିନିଆ ଉତ୍ସବର ପ୍ରଥମ ଦିନରେ ଆଜି ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରୁ ନୃତ୍ୟଶିଳ୍ପୀମାନେ ଆସି ଓଡ଼ିଶୀ, କଥକ, ଭାରତନାଟ୍ୟମ, ମୋହିନୀଆଟ୍ଟମ୍‌ ଓ କୁଚିପୁଡ଼ି ଆଦି ସମସ୍ତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ।

ଅନୁଷ୍ଠାନର ସଭାପତି ରୀନା ରାଉତରାୟଙ୍କ ସଭାପତିତ୍ବରେ ଆୟୋଜିତ ସଂଧ୍ୟା ଅଧିବେଶ‌ନରେ ଅତିଥି ଭାବେ ଓଡ଼ିଶୀ ନୃତ୍ୟଗୁରୁ ସବିତା ମିଶ୍ର, ସଙ୍ଗୀତା ଦାଶ, ଦୀପ୍ତି ମିଶ୍ର, ଭାରତନାଟ୍ୟମ ଗୁରୁ ସୂଚିସ୍ମିତା ସେନ ଓ ଛଉ ନୃତ୍ୟଗୁରୁ ସଦାଶିବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ୟାମହରି ଚକ୍ର ଉପସ୍ଥିତ ଥିଲେ। ପୂର୍ବାହ୍ନ ଅଧିବେଶନରେ ଶୁଭମ୍‌ ଓଝା ଓ ସ୍ରିଧା ପଲ୍‌ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe