ରାସ୍ତା ମଝିରୁ ଯୁବକଙ୍କୁ ଉଠାଇନେବା ଘଟଣା‌: ନିଶା ନିବାରଣ କେନ୍ଦ୍ରରୁ ଫେବ୍ରୁଆରିରୁ ଫେରାର୍‌ ଥିଲା

Advertisment
ରାସ୍ତା ମଝିରୁ ଯୁବକଙ୍କୁ ଉଠାଇନେବା ଘଟଣା‌: ନିଶା ନିବାରଣ କେନ୍ଦ୍ରରୁ ଫେବ୍ରୁଆରିରୁ ଫେରାର୍‌ ଥିଲା

ଭୁବନେଶ୍ବର : ଗୁରୁବାର ଅପରାହ୍‌ଣ ପ୍ରାୟ ୫ଟା ବେଳେ ଡେଲ୍‌ଟା ଛକରୁ ଜଣେ ଯୁବକଙ୍କୁ ଉଠାଇନେବା ଘଟଣାରେ ଭୁବନେଶ୍ବର ଡିସିପି ଟ୍ବିଟ୍ କରି ସ୍ପଷ୍ଟୀକରଣ ଦେଇଥିବା ବେଳେ ଆଜି ନିଶା ନିବାରଣ କେନ୍ଦ୍ର ମୁହଁ ଖୋଲିଛି। ଜାଗୃତି ଫାଉଣ୍ଡେସନ୍ ପକ୍ଷରୁ ଗତକାଲି ଯୁବକକୁ ଡେଲ୍‌ଟା ଛକରୁ ଧରିବା ପରେ ସ୍ଥାନୀୟ ଲୋକଙ୍କୁ ନିଶା ନିବାରଣ କେନ୍ଦ୍ରରୁ ଖସି ଆସିଥିବା କହି ନେଇଥିଲୁ। ଯୁବକକୁ ନେବା ସମୟରେ ଘଟଣାସ୍ଥଳରେ ଯେହେତୁ ଲୋକଙ୍କ ଭିଡ଼ ଜମିଥିଲା, ସେଥିପାଇଁ ମହାମାରୀ କରୋନା ଭୟରେ ଘଟଣାସ୍ଥଳରୁ ଶୀଘ୍ର ପଳାଇ ଆସିଥିଲୁ। ମାତ୍ର କାହାକୁ ଧମକ ଚମକ ଦେଇନଥିବା କହିଛନ୍ତି।

ଫାଉଣ୍ଡେସନ୍‌ର ମୁଖ୍ୟ ସୁଜିତ୍ ପ୍ରଧାନଙ୍କ କହିବାନୁଯାୟୀ, ଯୁବକଙ୍କ ଘର ବ୍ରହ୍ମପୁରରେ। ସେ ପ୍ରାୟ ଦେଢ଼ ବର୍ଷ ହେବ ଏଠାରେ ଚିକିତ୍ସିତ ହେଉଥିଲେ। ଗତ ଫେବ୍ରୁଆରି ୧୫ରେ କେନ୍ଦ୍ରର କର୍ମଚାରୀମାନେ ପାଣି ମଟର ସଜାଡ଼ୁଥିବା ବେଳେ ଘରର କବାଟ ମୁକୁଳା ରଖିଥିଲେ। ଏହି ସମୟରେ ଉକ୍ତ ଯୁବକ ସେଠାରୁ ଫେରାର୍ ହୋଇଯାଇଥିଲା। ତେବେ ପୁଅକୁ ସୁସ୍ଥ କରି ହସ୍ତାନ୍ତର ପାଇଁ ପରିବାର ପକ୍ଷରୁ ଚାପ ପକାଯାଇଥିଲା। ତେଣୁ କେନ୍ଦ୍ର ପକ୍ଷରୁ ବିଭିନ୍ନ ଆଡ଼େ ଖୋଜାଖୋଜି କରାଯାଉଥିଲା। ଗତ ମାସରେ ଉକ୍ତ ଯୁବକ ଖୋର୍ଦ୍ଧାର ଏକ ବିସ୍କୁଟ୍ କମ୍ପାନିରେ କାମ କରୁଥିବା ଖବର ପାଇ ସେଠାକୁ ଆଣିବାକୁ ଯାଇଥିଲେ। ମାତ୍ର କୌଣସି ଲୋକଠାରୁ ଖବର ପାଇ ସେଠାରୁ ମଧ୍ୟ ସେ ଖସି ଯାଇଥିଲେ। ଏହା ପରେ ସେ ଭୁବନେଶ୍ବରରେ କାମ ଅନୁସନ୍ଧାନ କରୁଥିବା ଖବର ମିଳିଥିଲା। ସେଥିପାଇଁ ଶ୍ରୀ ପ୍ରଧାନ ତାଙ୍କ ବନ୍ଧୁଙ୍କୁ ପଠାଇ କାମ ଦେବ ବୋଲି ଡେଲ୍‌ଟା ଛକକୁ ଡାକିଥିଲେ। ସେ ଆସିବା କ୍ଷଣି ପୂର୍ବରୁ ସେଠାରେ କାର୍‌ରେ ଅପେକ୍ଷା କରିଥିବା ସୁଜିତ୍ ଓ ତାଙ୍କ କର୍ମଚାରୀ ତାକୁ ସେଠାରୁ ଉଠାଇ ନେଇଥିଲେ। ଯାହାକୁ ସ୍ଥାନୀୟ ଲୋକ ଅପହରଣ ଭାବିବା ସହ ଗଣମାଧ୍ୟମ ସମ୍ମୁଖରେ ମନଗଢ଼ା କାହାଣୀ କହିଥିଲେ ବୋଲି ସେ କହିଛନ୍ତି।

ନିଶାରେ କବଳିତ ଯୁବକଜଣକ ନାବାଳକ ସମୟରୁ ହିଁ ବ୍ରାଉନସୁଗାର, ଗଂଜେଇ ଓ ମଦ ଭଳି ମାଦକ ଦ୍ରବ୍ୟ ଖାଉଥିଲେ। ସେଥିପାଇଁ ତାଙ୍କୁ ପରିବାରଲୋକେ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ। ବର୍ତ୍ତମାନ ପ୍ରାୟ ୩୭ଜଣ ଯୁବକ ଏଠାରେ ନିଶାରୁ ମୁକୁଳିବା ପାଇଁ ଚିକିତ୍ସିତ ହେଉଥିବା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe