ସ୍କୁଲ ବସ୍‌ରୁ ଶବ ଉଦ୍ଧାର ହେବା ଘଟଣା: ମୃତକ ବିଏମ୍‌ସିର ସଫେଇ କର୍ମଚାରୀ ଥିଲା

Advertisment
ସ୍କୁଲ ବସ୍‌ରୁ ଶବ ଉଦ୍ଧାର ହେବା ଘଟଣା: ମୃତକ ବିଏମ୍‌ସିର ସଫେଇ କର୍ମଚାରୀ ଥିଲା

ଭୁବନେଶ୍ବର : ବୁଧବାର ସନ୍ଧ୍ୟାରେ ନୂଆପଲ୍ଲୀ ଏନ୍‌-୨ସ୍ଥିତ ଏକ ଘରୋଇ ଇଂରାଜୀ ବିଦ୍ୟାଳୟର ବସ୍‌ରୁ ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି ପୁରୁଣା ଭୁବନେଶ୍ବରସ୍ଥିତ ମଙ୍ଗଳାସାହିର ସ୍ବର୍ଗତ ନିଧିଆ ନାୟକଙ୍କ ପୁଅ କାଳିଆ ନାୟକ(୪୩) ଓରଫ୍ ସୀତାରାମ। କାଳିଆର ପୁଅ ମୁନ୍ନା ନାୟକ(୨୯) ଶୁକ୍ରବାର ପୁଲିସ୍ ପାଖରେ ପହଞ୍ଚି ଶବ ଚିହ୍ନଟ କରିବା ପରେ କାଳିଆର ଶବକୁ ବ୍ୟବଚ୍ଛେଦ କରାଯାଇଛି। ମୁନ୍ନା ସମେତ କାଳିଆର ଶାଳକ କାହ୍ନା ନାୟକ(୨୧) ଓ ସଂପର୍କୀୟ ସତ୍ୟଜିତ୍ ନାୟକ(୧୮) ମଧ୍ୟ ପୁଲିସ୍ ପାଖରେ ସମସ୍ତ ପରିଚୟ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, କାଳିଆ ବିଏମ୍‌ସିର ସଫେଇ କର୍ମଚାରୀ ଭାବେ ପୂର୍ବରୁ କାମ କରୁଥିଲା। ତେବେ କୌଣସି କାରଣବଶତଃ କାଳିଆକୁ ବିଏମ୍‌ସି ଚାକିରିରୁ ଛଟେଇ କରିବା ପରେ ସେ କେତେବେଳେ ମୂଲ ଲାଗୁଥିଲା ତ କେତେବେଳେ ଭିକ ମାଗି ଚଳୁଥିଲା। ତେବେ କାଳିଆର ସ୍ତ୍ରୀ ପୂର୍ବରୁ କାହା ସହ ଫେରାର୍ ହୋଇଯାଇଥିବାରୁ କାଳିଆ ମାନସିକ ଭାରସାମ୍ୟ ହରାଇଥିଲା। ଯେଉଁଥିପାଇଁ ଘର ଛାଡ଼ି ଏଠିସେଠି ବୁଲୁଥିଲା। ପୁଅ ମୁନ୍ନା ଘରକୁ ଡାକିଲେ ମଧ୍ୟ ସେ ଯାଉନଥିଲା। ଆଜି ବିଭିନ୍ନ ଗଣମାଧ୍ୟମରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ଖବର ପ୍ରକାଶିତ ହେବା ପରେ ମୁନ୍ନା ଥାନାକୁ ଆସି ପରିଚୟ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe