ନିଜ ନାଁରେ ନିଜ ଥାନାରେ ମାମଲା ରୁଜୁ କରିବା ଘଟଣା: ଏନ୍‌ଏଚ୍‌ଆର୍‌ସିରେ ମାମଲା

Advertisment
ନିଜ ନାଁରେ ନିଜ ଥାନାରେ ମାମଲା ରୁଜୁ କରିବା ଘଟଣା: ଏନ୍‌ଏଚ୍‌ଆର୍‌ସିରେ ମାମଲା

Dailyhunt

ଭୁବନେଶ୍ବର: ଦଳିତ ଯୁବକ ସରୋଜ ଭୋଇଙ୍କୁ ବାଲିପାଟଣା ଥାନା ପରିସରରେ ମାଡ଼ ମାରିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିସନ। ୪ ସପ୍ତାହ ମଧ୍ୟରେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ପୁଲିସ ଡିଜି, ପୁଲିସ କମିସନର, ଡିସିପି ଭୁବନେଶ୍ବରଙ୍କୁ ନିର୍ଦେଶ ହୋଇଛି।

ଏଠାରେ ପ୍ରକାଶଥାଉକି, ମାନବାଧିକାର କର୍ମୀ ଅନୀଲ କୁମାର ମଲ୍ଲିକ ଏ ନେଇ ଘଟଣା ପରେ ପରେ ଜାତୀୟ ମାନବାଧିକ କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗରେ ଅଭିଯୁକ୍ତ ଇନ୍ସପେକ୍ଟର, ଏସଆଇଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ସହିତ ଚାକିରିରୁ ବହିଷ୍କାର, ସରୋଜଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ତାର ପ୍ରତ୍ୟାହାର, ସରୋଜଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ଉଲ୍ଲେଖ କରିଥିଲେ।

ଅନିଲଙ୍କ ଅଭିଯୋଗକୁ ଗ୍ରହଣ କରି ଜାତୀୟ ମାନବାଧିକାର କମିସନ କେସ୍ ନମ୍ବର ୩୮୬୪/୧୮/୨୮/୨୦୨୨ରେ ଏକ ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷରେ ଆଜି ଝାରପଡ଼ା ଜେଲ ଯାଇ ସରୋଜଙ୍କ ସମ୍ପର୍କରେ ତଦନ୍ତକାରୀ ଅଫିସର ତଥା ଜୋନ-୪ ଏସିପି ଶୁଭ ନାରାୟଣ ମୁଦୁଲି ପଚରା ଉଚରା କରିଛନ୍ତି। ଜେଲ ଭିତରେ ଥିବାବେଳେ ସରୋଜଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଥିଲା ସେନେଇ ତଥ୍ୟ ସଂଗ୍ରହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe