ନକଲି ୱେବସାଇଟ୍ ଖୋଲି ସରକାରୀ ଲୋଗୋ ବ୍ୟବହାର ଘଟଣା: ଏନ୍‌ଜିଓ କରି ଟଙ୍କା ହଡ଼ପ କରିଥା’ନ୍ତା ଖଗେଶ୍ବର

Advertisment

ସରକାରୀ ଲୋଗୋ ଦେଖି ଅଧିକ ଆଶାୟୀ ପଞ୍ଜୀକରଣ କରୁଥିଲେ

ସରକାରୀ ଲୋଗୋ ଦେଖି ଅଧିକ ଆଶାୟୀ ପଞ୍ଜୀକରଣ କରୁଥିଲେ

ନକଲି ୱେବସାଇଟ୍ ଖୋଲି ସରକାରୀ ଲୋଗୋ ବ୍ୟବହାର ଘଟଣା: ଏନ୍‌ଜିଓ କରି ଟଙ୍କା ହଡ଼ପ କରିଥା’ନ୍ତା ଖଗେଶ୍ବର

ଭୁବନେଶ୍ବର: ଵିମେନ୍ ଓଡ଼ିଶା ନାଁରେ ​​ୱେବସାଇଟ୍ ଖୋଲି ରାଜ୍ୟ ସରକାରଙ୍କ ଲୋଗୋ ବ୍ୟବହାର କରିବା ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ଖଗେଶ୍ବର ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖଗେଶ୍ବରର ଘର କେନ୍ଦ୍ରାପଡ଼ା ଜିଲ୍ଲାର ବାଲିପାଟଣାରେ। ସେ କିଛି ବର୍ଷ ହେବ ବରମୁଣ୍ଡାରେ ବିଡିଏ ଡୁପ୍ଲେକ୍ସ କଲୋନିରେ ରହୁଥିଲା। କିଛି ମାସ ହେବ ଖଗେଶ୍ବର ଵିମେନ ଏମ୍ପାଵାର୍ ଆଣ୍ଡ ଡେଭଲପମେଣ୍ଟ୍ ନାଁରେ ଏକ ସଂସ୍ଥା ଖୋଲିଥିଲା। ସେଠାରେ ମହିଳା ଓ କିଛି ସ୍ବୟଂସହାୟିକା ଗୋଷ୍ଠୀଙ୍କୁ କାମ ଦେବା ବାହାନାରେ ଏନ୍‌ଜିଓ ସଂସ୍ଥା ଭାବେ କାର୍ଯ୍ୟକାରୀ କରାଯାଇଥା’ନ୍ତା। ପରେ ବିଭିନ୍ନ ସଂସ୍ଥାରୁ ମହିଳାଙ୍କ ସଶକ୍ତୀକରଣ ପାଇଁ ଆସୁଥିବା ଅନୁଦାନ ହଡ଼ପ କରାଯିବାକୁ ଯୋଜନା ହୋଇଥିଲା।

ତେଣୁ ସଂସ୍ଥାଗୁଡ଼ିକରୁ ଅନୁଦାନ ଆଣିବା ପାଇଁ ଧୂର୍ତ୍ତ ଖଗେଶ୍ବର ରାଜ୍ୟ ସରକାରଙ୍କ ଲୋଗୋ ବ୍ୟବହାର କରିଥିଲା। ଏହା ଦ୍ବାରା ଅଧିକ ବିଶ୍ବସ୍ତ ହୋଇପାରିବ ଏବଂ ନିଯୁକ୍ତ ଆଶାୟୀ ଅଧିକ ମାତ୍ରାରେ ପଞ୍ଜୀକରଣ କରିବେ। ଏହି କ୍ରମରେ ପଞ୍ଜୀକରଣ ନାଁରେ ଅଧିକ ଟଙ୍କା ଆଦାୟ ହେବ। ଆବଶ୍ୟକ ସ୍ଥଳେ ସରକାରୀ ଦ୍ବାରା ଅନୁବନ୍ଧିତ ସଂସ୍ଥା ବୋଲି ଦେଖାଇ ନିୟମିତ ଚାକିରି କରାଇଦେବା ବାହାନାରେ କର୍ମଚାରୀଙ୍କ ପାଖରୁ ଟଙ୍କା ଆଦାୟ କରାଯାଇପାରିବ।

ରାଜ୍ୟ ସରକାରଙ୍କ ଲୋଗୋର ଅପବ୍ୟବହାର କରି ଟଙ୍କା ହଡ଼ପ କରିବା ଉଦ୍ଦେଶ୍ୟ‌ରେ ୱେବ୍‌ସାଇଟ୍‌ ଖୋଲା ଯାଇଥିବାରୁ ଭରତପୁର ଥାନା ପୁଲିସ ଖଗେଶ୍ବର ନାଁରେ ଆଇଟି ଆକ୍ଟ୍ ସମେତ ୫ଟି ସଙ୍ଗିନ ଦଫାରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ ରାଜ୍ୟ ସରକାରଙ୍କ ଲୋଗୋ ଲଗାଇ ​ଵିମେନ୍ ଓଡ଼ିଶାର କୌଣସି ୱେବସାଇଟ୍ ନଥିବା ମହିଳା ଓ ଶିଶୁ କଲ୍ୟାଣର ଯୁଗ୍ମ ସଚିବ ବିଥିକା ସ୍ବାଇଁ ଭରତପୁର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe