ବିଜେବି କଲେଜରେ ବଢ଼ିବ ସୁରକ୍ଷା: ଛାତ୍ର ସଂସଦ ନିର୍ବାଚନ ପର୍ଯ୍ୟନ୍ତ ଜଗିବେ ପୁଲିସ

୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି

+୩ ମେଧା ତାଲିକା ପ୍ରକାଶ ପାଇଲା: ସର୍ବାଧିକ ଛାତ୍ରଛାତ୍ରୀଙ୍କ ପସନ୍ଦ ବିଜେବି

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ କଲେଜରେ ସୁରକ୍ଷା ବଢ଼ିବ। ଛାତ୍ର ସଂସଦ ନିର୍ବାଚନ ପର୍ଯ୍ୟନ୍ତ ପୁଲିସ ମୁତୟନ ରହିବେ। କ୍ୟାମ୍ପସ୍‌ରେ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ଶୈକ୍ଷିକ ବାତାବରଣ ଫେରାଇ ଆଣିବା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା ହେବ ବୋଲି ଆଜି ବସିଥିବା କଲେଜ ଏକାଡେମିକ୍‌ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୋମବାରର ଗଣ୍ଡଗୋଳ ଘଟଣା ପରେ ପୁଲିସ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଏକ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଆଜି ଦିନତମାମ ନିୟୋଜିତ ହୋଇଥିଲେ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ କ୍ୟାମ୍ପସ୍‌ର ସମସ୍ତ ଫାଟକରେ ପୁଲିସଙ୍କ ସମେତ କଲେଜର ସୁରକ୍ଷାକର୍ମର୍ୀ ଜଗି ରହିଥିଲେ। ପ୍ରବେଶ ସମୟରେ ପରିଚୟପତ୍ରକୁ ଭଲ ଭାବେ ଯାଞ୍ଚ ହୋଇଥିଲା। ଯଦି କୌଣସି ଛାତ୍ରଙ୍କ ଉପରେ ସନ୍ଦେହ ହେଉଥିଲା ତାଙ୍କୁ ଅଟକାଇ ପଚରାଉଚରା କରାଯାଉଥିଲା। ବିଶେଷକରି ଅଣଛାତ୍ରଙ୍କ ଉପରେ କଡ଼ା ନଜର ରହିଥିଲା। ଅନ୍ୟପକ୍ଷରେ ଗଣ୍ଡଗୋଳକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ବି ହେଲେ ଛାତ୍ର କିମ୍ବା ଅଣଛାତ୍ରଙ୍କୁ ଗିରଫ କରାଯାଇପାରିନି। ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରଙ୍କ ଟେର ମିଳୁ ନ ଥିବା ବେଳେ ଅଣଛାତ୍ରଙ୍କୁ ଧରିବାକୁ ସାହସ ଜୁଟାଇ ପାରୁନି ପୁଲିସ। ଏତଲା ଆଧାରରେ ଗିରଫ କରିବା ପୂର୍ବରୁ ପୁଲିସକୁ ଏକାଧିକ ଥର ଚିନ୍ତା କରିବାକୁ ପଡ଼ୁଛି।

ଅନ୍ୟପକ୍ଷରେ କଲେଜ ଏକାଡେମିକ୍‌ ବୈଠକରେ ସୁରକ୍ଷା ବଢ଼ାଇବାକୁ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସର ସହାୟତା ଲୋଡ଼ାଯାଇଛି। ଗତ ୪ ବର୍ଷ ମଧ୍ୟରେ ୩ ବର୍ଷ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହୋଇନି। ତେଣୁ ଏଥର ନିର୍ବାଚନ କରିବା ସପକ୍ଷରେ କେତେଜଣ ଅଧ୍ୟାପକ ରହିଛନ୍ତି। ତେଣୁ କଲେଜର ଅଧ୍ୟାପକଙ୍କୁ ନେଇ ଗଠିତ ସ୍କ୍ଵାଡ୍‌ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ନିୟମିତ ବ୍ୟବଧାନରେ ହଷ୍ଟେଲ, କ୍ଲାସରୁମ୍‌ ଯାଞ୍ଚ ହେବ। ଯଦି କୌଣସି ଛାତ୍ର ଗଣ୍ଡଗୋଳରେ ସାମିଲ ଥିବା ନେଇ ଜଣାପଡ଼ିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବହିଷ୍କାର କରିବା ପରି କଡ଼ା ପଦକ୍ଷେପ ନେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି କଲେଜ କର୍ତୃପକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe