ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟକୁ ସୁଧାରିବା ପାଇଁ ଆମେ ସଂକଳ୍ପ ନେବା: ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ

Advertisment
ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟକୁ ସୁଧାରିବା ପାଇଁ ଆମେ ସଂକଳ୍ପ ନେବା: ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ

ଭୁବନେଶ୍ବର: ସମ୍ବାଦ ଭବନରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

publive-image

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଆଜି ଆମ ସ୍ୱାଧୀନ ଭାରତର ଜନ୍ମଦିନ । ଜନ୍ମଦିନ ପାଳନର ପରମ୍ପରା ଆମ ସଂସ୍କୃତିରେ ଅତି ପୁରୁଣା । ଏ ଦୃଷ୍ଟିରୁ ରାଷ୍ଟ୍ରର ଜନ୍ମଦିନ ପାଳନ ଆମପାଇଁ ଅତି ଗୁରୁତ୍ୱପୂର୍ଣ୍ଣ।ସ୍ଵାଧୀନତାର ପ୍ରଥମ ୨୫ ବର୍ଷ ପାଳନ ବେଳେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର ସଫଳତା ନେଇ ଆମେ ଯେତିକି ଆନନ୍ଦ ଅନୁଭବ କରୁଥିଲେ , ଯେତେବେଳେ ଆମେ ୫୦ ବର୍ଷ ପୂର୍ତ୍ତି ପାଳନ କଲେ ସେତେବେଳେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର ଅବକ୍ଷୟକୁ ନେଇ ସେତିକି ଉଦବେଗ ପ୍ରକାଶ କରିଥିଲେ। ଏପରିକି ସେ ସମୟରେ ଏହାକୁ ସୁଧାରିବା ଲାଗି ଦ୍ଵିତୀୟ ସ୍ଵାଧୀନତା ସଂଗ୍ରାମର ଆବଶ୍ୟକତା ଅଛି ବୋଲି ଆମ ନେତୃମଣ୍ଡଳୀ ସୂଚାଇ ଦେଇଥିଲେ। ଆଜି ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲାବେଳେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର ଅବକ୍ଷୟ ଦେଖି ଏକ ଗଣମାଧ୍ୟମ ଭାବେ ଏହା ଆମକୁ ବିଚଳିତ କରୁଛି। ଆସନ୍ତୁ ଗଣତାନ୍ତ୍ରିକ ମୂଲ୍ୟବୋଧର ଏହି ଅବକ୍ଷୟକୁ ସୁଧାରିବା ପାଇଁ ଆମେ ସଂକଳ୍ପ ନେବା ଏବଂ ଏ ଦିଗରେ କାର୍ଯ୍ୟ କରିବା।

publive-image
ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ‘ସମ୍ବାଦ’ର ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ରତିକାନ୍ତ ଶତପଥୀ, ଲିଙ୍ଗରାଜ ଲେଙ୍କା, ମନୋରଂଜନ ମିଶ୍ର, ଅସିତ ମହାନ୍ତି, ସ୍ବରାଜ ମିଶ୍ର, ଭବାନୀଣଙ୍କର ତ୍ରିପାଠୀ, ଧୃତିକାମ ମହାନ୍ତି ଓ ଅୟସକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe