ଭୁବନେଶ୍ବର: ସୋସାଇଟି ଫର୍ ଚିଲଡ୍ରେନ୍ (ସୋଚ୍) ପକ୍ଷରୁ ନିଆରା ଢଙ୍ଗରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ଅନୁଷ୍ଠାନ ପକ୍ଷରୁ ‘ମଦର୍ସ ମିଲ’ ଅଭିଯାନରେ ଗରିବ, ଅସହାୟ, ବିଧବା, ଆଦିବାସୀ, ଭିନ୍ନକ୍ଷମ, ରୋଗାଗ୍ରସ୍ତ ଏବଂ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ମା’ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟା ଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ କୁମାର ସ୍ବାଇଁ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳର ଅସହାୟ, ଗରିବ ମା’ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମଚାରୀ ଭାଗ୍ୟବତୀବାଳା ସୁବୁଦ୍ଧି ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us