ଆଜିଠୁ ତିନିଦିନିଆ ଅନ୍ତର୍ଜାତୀୟ ଐତିହ୍ୟ ସହର ସମ୍ଭାଷଣ ସମାରୋହ

Advertisment
ଆଜିଠୁ ତିନିଦିନିଆ ଅନ୍ତର୍ଜାତୀୟ ଐତିହ୍ୟ ସହର ସମ୍ଭାଷଣ ସମାରୋହ

ଭୁବନେଶ୍ୱର: ଆଧୁନିକ ଢାଞ୍ଚାରେ ସହର ନିର୍ମାଣ ହେଲେ ବି ପୁରାତନ ଐତିହ୍ୟ ଯେପରି ଅକ୍ଷୁର୍ଣ୍ଣ ରହିବ, ସ୍ମାର୍ଟ ସିଟିରେ ଐତିହ୍ୟ ଓ କୀର୍ତ୍ତିରାଜିର ଗୁରୁତ୍ୱ ହ୍ରାସ ନ ପାଇବ ସେ ନେଇ ଶୁକ୍ରବାର ଠାରୁ ଇନଫୋସିଟି ସମ୍ମିଳନୀ କକ୍ଷରେ ଆରମ୍ଭ ହେଉଛି ତିନିଦିନିଆ ଐତିହ୍ୟ ସହର ସମ୍ଭାଷଣ ସମାରୋହ। ଓଡ଼ିଶା ସରକାର, ୟୁନେସ୍କୋ ଏବଂ ଇଣ୍ଡିଆନ ହେରିଟେଜ୍‌ ସିଟିଜ୍‌ ନେଟଓ୍ଵର୍କ ଫାଉଣ୍ଡେସନ (ଆଇଏଚ୍‌ସିଏନ୍‌ଏଫ୍‌) ସହଯୋଗରେ ଆରମ୍ଭ ହେବାକୁ ଥିବା ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।

ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିସନର କ୍ରିଷନ କୁମାର ଏବଂ ଆଇଏଚ୍‌ସିଏନ୍‌ଏଫ୍‌ ଅଧ୍ୟକ୍ଷ ଏମ୍‌.ରାମଚନ୍ଦ୍ରନ କହିଲେ ଯେ, ଭୁବନେଶ୍ୱରର ଐତିହ୍ୟ କୀର୍ତ୍ତିରାଜି ସଂରକ୍ଷଣ ପାଇଁ ବିଡିଏର ହେରିଟେଜ୍‌ ସେଲ୍‌ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି। ଏ ଦିଗରେ କିପରି ଅଧିକ ଲୋକାଭିମୁଖୀ ପଦକ୍ଷେପ ନିଆଯାଇପାରିବ, ବିଦେଶରେ କିପରି ସଂରକ୍ଷଣ କରାଯାଉଛି ସେନେଇ ଆଲୋଚନା ହେବ। ଏହି ସମ୍ମିଳନୀରେ ୟୁନେସ୍କୋର ଭାରତ, ଭୁଟାନ, ମାଳଦ୍ୱୀପ ଏବଂ ଶ୍ରୀଲଙ୍କାକୁ ପ୍ରତିନିଧିତ୍ୱ କରୁଥିବା ୟୁନେସ୍କୋ ପ୍ରତିନିଧି ସିଗେରୁ ଆୟୋଗି, ଦକ୍ଷିଣ କୋରିଆର ପ୍ରସିଦ୍ଧ ଯେଜୁ ଜାତୀୟ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦାଏ-ୟୁନ ଜେଙ୍ଗ୍‌, ଇଂଲଣ୍ଡ, ଅକ୍‌ଲାଣ୍ଡ୍‌ ଏବଂ ଅନ୍ୟାନ୍ୟ ଦେଶର ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ବିଶାରଦମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶବିଦେଶର ୧୫ଜଣ ସ୍ୱନାମଧନ୍ୟ ବିଶେଷଜ୍ଞ ଏଥିରେ ଯୋଗ ଦେଇ ଐତିହ ନଗରୀଗୁଡ଼ିକର ସ୍ଥାୟିତ୍ୱ, ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ପଦକ୍ଷେପ ବିଷୟରେ ମତ ରଖିବେ। ଏହାସହ ରାଜ୍ୟର ବହୁ ଐତିହାସିକ, ଅର୍ବାନ୍‌ ପ୍ଲାନର୍‌, ବରିଷ୍ଠ ପ୍ରଶାସକ, ଗବେଷକ ଓ ସ୍ୱେଚ୍ଛାସେବୀ ସଂସ୍ଥା ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe