ଇଣ୍ଡିଆନ୍‌ ଡଏଟେଟିକ୍‌ ଆସୋସିଏସନ୍‌ର ଡାଏଟେଟିକ୍‌ ଡେ

Advertisment
ଇଣ୍ଡିଆନ୍‌ ଡଏଟେଟିକ୍‌ ଆସୋସିଏସନ୍‌ର ଡାଏଟେଟିକ୍‌ ଡେ

ଭୁବନେଶ୍ୱର : ଇଣ୍ଡିଆନ୍‌ ଡାଏଟେଟିକ୍‌ ଆସୋସିଏସନ୍‌ ଓଡ଼ିଶା ଶାଖା ପକ୍ଷରୁ ଡାଏଟେଟିକ୍‌ ଡେ ଆଇଏମ୍‌ଏ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଅଜୟ କୁମାର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ଡାଏଟିସିଆନ୍‌ମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷର ଆଲୋଚନାର ବିଷୟ ଥିଲା ‘ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା’। ଏଥିରେ ଭାଗ ନେଇ ଡା. ଦୀପଙ୍କର ଦାସଗୁପ୍ତ କହିଲେ, ପୁଷ୍ଟିକର ଏବଂ ସୁରକ୍ଷିତ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ସମସ୍ତେ ପ୍ରାକୃତିକ ଉପାୟର ଚାଷ କରାଯାଉଥିବା ବଗିଚା ସୃଷ୍ଟି କରିବା ଦରକାର। ପାରସ୍‌ ହସ୍ପିଟାଲ୍‌ ପାଟ୍‌ନାର ଡାଏଟିସିଆନ୍‌ ସଂଜୟ ମିଶ୍ର କହିଲେ, ଖାଦ୍ୟ ପରିପୂରକ ବ୍ୟବହାର କରିବା ପୂର୍ବରୁ ସମସ୍ତେ ଡାକ୍ତର କିମ୍ବା ଡାଏଟିସିଆନ୍‌ମାନଙ୍କର ପରାମର୍ଶ ନେବା ଉଚିତ। ସଭାରେ ଅନ୍ୟମାନଙ୍କ ମଧ୍ୟରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର କୀର୍ତ୍ତିପୂର୍ଣ୍ଣା ମହାରଥୀ, ଏସ୍‌ସିବି ମେଡିକାଲ୍‌ର ସୂର୍ଯ୍ୟଭାନୁ ମହାରଥୀ, କେୟାର୍‌ ହସ୍ପିଟାଲ୍‌ର ଗୁରୁପ୍ରସାଦ ଦାଶ, ସମ୍‌ ହସ୍ପିଟାଲ୍‌ର ପୁଷ୍ପାଞ୍ଜଳି ମିଶ୍ର, ଆବଟ୍‌ ନ୍ୟୁଟ୍ରିସନ୍‌ର ନ୍ୟୁଟ୍ରିସିନିଷ୍ଟ୍‍ ସୋନାଲୀ ତ୍ରିପାଠୀ ଏବଂ ଅନ୍ୟ ହସ୍ପିଟାଲ୍‌ର ଡାଏଟିସିଆନ୍‌ମାନେ ଉପସ୍ଥିତ ଥିଲେ। ଓଡ଼ିଶା ଶାଖାର ସଂପାଦିକା ଅଞ୍ଜନା ତ୍ରିପାଠୀ, ଯୁଗ୍ମ ସଂପାଦିକା ସୁନିତା ସାହୁ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe