‘କିସ୍’ ପରିଦର୍ଶନ କଲେ ଭାରତୀୟ ହକି ଦଳ

Advertisment
‘କିସ୍’ ପରିଦର୍ଶନ କଲେ ଭାରତୀୟ ହକି ଦଳ

ଚନ୍ଦ୍ରଶେଖରପୁର: ଭାରତୀୟ ପୁରୁଷ ହକି ଦଳ ଶୁକ୍ରବାର ‘କିସ୍’ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ଉଭୟ କିଟ୍ ଓ କିସ୍‌ର ବିଭିନ୍ନ ୟୁନିଟ୍ ବୁଲି ଦେଖିଥିଲେ। କିସ୍‌‌ର ଛାତ୍ରଛାତ୍ରୀମାନେ ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରି ସଭାଗୃହକୁ ପାଛୋଟି ନେଇଥିଲେ। ଶନିବାର ଓ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ବେଲ୍‌ଜିୟମ ବିପକ୍ଷ ମ୍ୟାଚ୍‌ରେ ଭାରତର ବିଜୟ ମନାସୀ କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମୂହ ପ୍ରାର୍ଥନା କରିଥିଲେ। ଅଲିମ୍ପିଆନ୍‌ ଦୂତି ଚାନ୍ଦ ଏହି ଭାରତୀୟ ହକି ଦଳ ସହ ଉପସ୍ଥିତ ଥିଲେ। ‘କିସ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ରାଉତରାୟ ଓ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଖେଳାଳିମାନଙ୍କ ସହ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍ ଟ୍ରଫି ମଧ୍ୟ କିସ୍‌ ପରିଦର୍ଶନରେ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe