ଇଣ୍ଡିଆ ନେକ୍ସଟ ଟପ୍ ମଡେଲ୍, ଦ୍ବିତୀୟ ରନର୍ସ ଅପ୍ ହେଲେ ସୋନାଲି

Advertisment
ଇଣ୍ଡିଆ ନେକ୍ସଟ ଟପ୍ ମଡେଲ୍, ଦ୍ବିତୀୟ ରନର୍ସ ଅପ୍ ହେଲେ ସୋନାଲି

ଭୁବନେଶ୍ବର: ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍‌ରେ ଅନୁଷ୍ଠିତ ‘ଇଣ୍ଡିଆ ନେକ୍ସଟ ଟପ୍ ମଡେଲ୍’ ଜାତୀୟ ପ୍ରତିଯୋଗିତାରେ ଭୁବନେଶ୍ବରରୁ ସୋନାଲି ସାହୁ ଦ୍ବିତୀୟ ରନର୍ସ ଅପ୍ ଟାଇଟଲ୍ ଜିତିଛନ୍ତି। ବିଭିନ୍ନ ରାଜ୍ୟରୁ ଭାଗ ନେଇଥିବା ୩୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସୋନାଲି ଏହି ଟାଇଟଲ୍‌ ଜିତିଛନ୍ତି। ଆୟୋଜକ ଭାବେ ପେଜ୍ ୩ ଏଣ୍ଟରଟେନମେଣ୍ଟର ମୁଖ୍ୟ ମାର୍ଟିନ୍ ପାଶା ଥିବା ବେଳେ ପ୍ରତିଯୋଗିତାରେ ବିଚାରକ ଭାବେ ବି-ଟାଉନ୍‌ର କଳାକାର ଜୋୟା ଆଫ୍ରୋଜ୍ ଥିଲେ। ଜାତୀୟ ମଡେଲ୍ ପ୍ରଶିକ୍ଷକ କୁଳଦୀପ ଶର୍ମା ପ୍ରଶିକ୍ଷଣ ଦାୟିତ୍ବ ତୁଲାଇଥିଲେ। ପୂର୍ବରୁ ସୋନାଲି ପୂର୍ବରୁ ମିସ୍ ଓଡ଼ିଶା ୟୁନିଭର୍ସ ଇଣ୍ଡିଆରେ ଭାଗ ନେଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଓଡ଼ିଶା ଫ୍ୟାସନ୍ ଭିଲ୍ଲାର ନିର୍ଦ୍ଦେଶକ ଅଭିଜିତ୍ ମହାନ୍ତି ଏନେଇ ଖୁସି ବ୍ୟକ୍ତ କରିବା ସହିତ ଆଗକୁ ମଧ୍ୟ ରାଜ୍ୟରୁ ବହୁ ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe