ଇନ୍ଦିରା ଦାଶଙ୍କ ‘ଭାରତୀୟ ରେଲ ଜୀବନ କି କହାନିୟାଁ’ଉନ୍ମୋଚିତ

Advertisment
ଇନ୍ଦିରା ଦାଶଙ୍କ ‘ଭାରତୀୟ ରେଲ ଜୀବନ କି କହାନିୟାଁ’ଉନ୍ମୋଚିତ

ଭୁବନେଶ୍ୱର: ବିଶିଷ୍ଟ ଔପନ୍ୟାସିକା ଓ କଥାକାର ଇନ୍ଦିରା ଦାଶଙ୍କ ଗଳ୍ପ ସଂକଳନ ‘ଭାରତୀୟ ରେଲ ଜୀବନ କି କହାନିୟାଁ’ ରେଳକୁଞ୍ଜ ଅଧିକାରୀ କ୍ଲବ୍‌ଠାରେ ଉନ୍ମୋଚିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ କହିଲେ, ଶ୍ରୀମତୀ ଦାଶ ରେଳ ଜୀବନଶୈଳୀକୁ ନେଇ ଅତି ଚମତ୍କାର ଗଳ୍ପ ରଚନା କରି ନିଜ ଲେଖକୀୟ ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି। ବିଶିଷ୍ଟ ଅତିଥି ଭାବେ ପଦ୍ମଭୂଷଣ କବି ରମାକାନ୍ତ ରଥ ଯୋଗ ଦେଇଥିଲେ। ରେଲୱେରେ ଅନୁଭବ ଓ ଅନୁଶୀଳନକୁ ନେଇ ୧୮ଟି ଚମତ୍କାର ଗଳ୍ପ ଲେଖିଥିବାରୁ ଏବଂ ତାହା ହିନ୍ଦୀ ଅନୁବାଦ ହୋଇଥିବାରୁ ସେ ଲେଖିକାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଗଳ୍ପରେ ଲେଖିକା କୃତ୍ରିମ ଜୀବନଚର୍ଯ୍ୟାକୁ ଘୋର ବିରୋଧ କରିଛନ୍ତି ଏବଂ ସାଧାରଣ ମଣିଷ ପ୍ରତି ସମ୍ବେଦନଶୀଳ ହୋଇଛନ୍ତି ବୋଲି ଶ୍ରୀ ରଥ କହିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ତଥା କଥାକାର ସାତକଡ଼ି ହୋତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଅନୁବାଦକ ପ୍ରଫେସର ଡ. ଶଙ୍କରଲାଲ୍ ପୁରୋହିତ, ପୂର୍ବତଟ ରେଳପଥର ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଓ ମୁଖ୍ୟ ହିସାବ ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାୟ ଏବଂ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗ ପ୍ରଫେସର୍‌ ଡ.ଅଂଜୁମାନ ଆରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରେଳ ସାହିତ୍ୟ ପରିଷଦର ଯୁଗ୍ମ ସମ୍ପାଦକ ନୃସିଂହ ତରାଇ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe