ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀରେ ଶପଥ ପାଠ

Advertisment
ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀରେ ଶପଥ ପାଠ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ଆନୁକୂଲ୍ୟରେ ଇନ୍ଦିରା ଗାନ୍ଧୀ ପାର୍କ ପରିସରରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ସଂହତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ୮ଟାରେ ମାଲ୍ୟାର୍ପଣ ସହ ଶପଥ ପାଠ କରାଯାଇଥିଲା। ଏଥିସହିତ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଫଳବଣ୍ଟନ, ନାରାୟଣ ସେବା ଏବଂ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ରାଉତରାୟ, ଯୁଧିଷ୍ଠିର ଜେନା, ସନ୍ଧ୍ୟା ମହାପାତ୍ର, ଅମିୟ କୁମାର ପଟ୍ଟନାୟକ, ସମୀର ରାଉତରାୟ ପ୍ରମୁଖ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତି ସମ୍ମୁଖରେ ସକାଳୁ ଏକ ଭଜନ ସମାରୋହ ଆୟୋଜିତ ହୋଇଥିଲା। ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ,ସଂଖ୍ୟାଲଘୁ ସେଲ୍‌, ଆଦିବାସୀ ସେଲ୍‌, ହରିଜନ ସେଲ୍‌ ପ୍ରମୁଖ ଉପସ୍ଥିତ ରହି ସର୍ବଧର୍ମ ସମନ୍ଵୟରେ ଭାଗ ନେଇ ସ୍କୁଲ୍‌ ପିଲାଙ୍କ ସହ ଶପଥ ପାଠ କରିଥିଲେ। ଭାରତ ବର୍ଷକୁ ସୁସଂଗଠିତ କରିବା ପାଇଁ ପିଲାମାନଙ୍କୁ ଶପଥ ପାଠ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe