ଇନ୍ଦିରା ଗାନ୍ଧିଙ୍କ ୧୦୫ତମ ଜୟନ୍ତୀ

Advertisment
ଇନ୍ଦିରା ଗାନ୍ଧିଙ୍କ ୧୦୫ତମ ଜୟନ୍ତୀ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ୧୦୫ତମ ଜୟନ୍ତୀ ଭୁବନେଶ୍ୱରସ୍ଥିତ ଇନ୍ଦିରା ପାର୍କ ଓ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧି ସ୍ମୃତି କମିଟିର ସାଧାରଣ ସଂପାଦକ ତଥା ପିସିସି କୃଷକ ସେଲ୍‌ର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଏହି ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା।

ଏହି ଜୟନ୍ତୀ ଉତ୍ସବରେ ସର୍ବଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଏ. ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପିସିସି ଉପସଭାପତି ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗଣେଶ୍ୱର ବେହେରା, କିଶୋର ଜେନା, ଆର୍ଯ୍ୟ ଜ୍ଞାନେନ୍ଦ୍ର, ଯଜ୍ଞେଶ୍ବର ବାବୁ, ବିଶ୍ୱଜିତ ଦାଶ, ମାନସ ଚୌଧୁରୀ, ଜ୍ଞାନଦେବ ବେଉରା, ଅଭିଷେକ ମହାନନ୍ଦ, ମନୋରଞ୍ଜନ ଦାଶ, ଶମ୍ଭୁ ପାଣିଗ୍ରାହୀ, ୟାସିର୍‌ ନୱାଜ, ପଦ୍ମାକର ଗୁରୁ, ନାସିର୍‌ ଅହମ୍ମଦ, ସ୍ୱାଧୀନବାଳା ଦାସ, ପ୍ରଣତୀ ମିଶ୍ର, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଦେଓ ପ୍ରସାଦ, ମୁନି ଥାପ୍ପା, ବିନୋଦିନୀ ମହାନ୍ତି, ଅଜୟ ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଜାନକୀ ମଲ୍ଲିକ, ମନୋଜ ସାହୁ, ଦିଲ୍ଲୀପ ପଣ୍ଡା, ଦେବେନ୍ଦ୍ର ଦାସ, ବିକ୍ରମ ସାହୁ, ବସନ୍ତ ମହାରଣା ପ୍ରମୁଖ ସ୍ୱର୍ଗୀୟା ଗାନ୍ଧୀଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅଖିଳ ଭାରତ ମହିଳା କଂଗ୍ରେସର ସଂପାଦିକା ସସ୍ମିତା ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe