ବାଲିଅନ୍ତା : କଟକଣା ମାନୁ ନାହାନ୍ତି ସଂକ୍ରମିତ

ବାଲିଅନ୍ତା : କଟକଣା ମାନୁ ନାହାନ୍ତି ସଂକ୍ରମିତ

sad for covid patients

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି କଟକଣା ମାନୁନଥିବା ଅଭିଯୋଗ ହେଉଛି। ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଥିବାରୁ ଗୃହ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଆକ୍ରାନ୍ତ ବ୍ୟକ୍ତି କୋଭିଡ୍‌ ଗାଇଡଲାଇନ ପାଳନ କରୁ ନାହାନ୍ତି। ବାହାରେ ଖୋଲାମେଲାରେ ବୁଲୁଛନ୍ତି। ଘର କାନ୍ଥରେ ନୋଟିସ ଲଗାଇ ଦେଉ ନାହାନ୍ତି। ୩/୪ ଦିନ ତଳେ ସ୍ବାବ୍‌ ଟେଷ୍ଟ କରିବା ପାଇଁ ଦିଆଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରିପୋର୍ଟ ପ୍ରଦାନ କରାଯିବାରେ ବିଳମ୍ବ ହେଉଛି। ତା’ ପୂର୍ବରୁ ସେମାନଙ୍କ ଘରକୁ ଫୋନ ଯୋଗେ ଜଣାଇ ଦିଆଯାଉଛି। ଖବର ପାଇ ଅଧିକାରୀ ଏବଂ ସ୍ବାସ୍ଥ୍ୟକର୍ମୀ ସେମାନଙ୍କୁ ସତର୍କ କରାଇବା ପାଇଁ ଘରେ ପହଞ୍ଚିବା ପରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ପାଟିତୁଣ୍ଡ ହେଉଥିବା ଜଣାପଡ଼ିଛି।

ସତ୍ୟଭାମାପୁର ପଞ୍ଚାୟତରେ ବ୍ୟାଙ୍କରେ ସୁରକ୍ଷାକର୍ମୀ ଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମାତ୍ର ରିପୋର୍ଟ ତାଙ୍କ ନିକଟରେ ପହଞ୍ଚି ନାହିଁ। ତା’ ପୂର୍ବରୁ ଅଧିକାରୀ ଏବଂ ସ୍ବାସ୍ଥ୍ୟକର୍ମୀ ଗ୍ରାମରେ ପହଞ୍ଚି ତାଙ୍କୁ ଗୃହ ସଂଗରୋଧରେ ରହିବାକୁ ଜଣାଇଥିଲେ। ପଜିଟିଭ୍‌ ରିପୋର୍ଟ ମିଳିନଥିବାରୁ ବ୍ୟାଙ୍କରେ କ’ଣ ପ୍ରମାଣପତ୍ର ଦର୍ଶାଇ ଛୁଟିରେ ରହିବେ କହି ‌ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଏ ସଂପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟ ସେଠାରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସେହିପରି ଟଙ୍କପାଣି ଗ୍ରାମରେ ଜଣେ ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ବାହାରେ ବୁଲୁଥିବା ଅଭିଯୋଗ ହେଉଛି। ବିରୋଧ କରୁଥିବା ଗ୍ରାମବାସୀଙ୍କୁ ସେ ଗାଳିମନ୍ଦ କରୁଛନ୍ତି। ଦାଣ୍ଡରେ ଥିବା ଠିଆ ହୋଇଥିବା ବେଳେ ଜଣେ ସୁସ୍ଥ ବ୍ୟକ୍ତି ତାଙ୍କ ପାଖ ଦେଇ ଯିବା ବେଳେ ମୁହଁରେ କପଡ଼ା ଗୁଡ଼ାଇ ହୋଇ ଗଲେ ବୋଲି ତାଙ୍କୁ ଗାଳି କରିଥିଲେ। ଏନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe