ଆଇଏନ୍‌ଆଇଏଫ୍‌ଡିର ଓଡ଼ିଶା ହେରିଟେଜ୍ ଆୱାର୍ଡସ୍ ଓ ନବ୍ୟତା-୨୦୨୨, ମନମୋ‌ହିଲା ଫ୍ୟାସନ୍‌ ସୋ’

Advertisment
ଆଇଏନ୍‌ଆଇଏଫ୍‌ଡିର ଓଡ଼ିଶା ହେରିଟେଜ୍ ଆୱାର୍ଡସ୍ ଓ ନବ୍ୟତା-୨୦୨୨, ମନମୋ‌ହିଲା ଫ୍ୟାସନ୍‌ ସୋ’

ଭୁବନେଶ୍ୱର: ଆଇଏନଆଇଏଫ୍‌ଡି ଭୁବନେଶ୍ୱର ପକ୍ଷରୁ ଶନିବାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌ରେ ଓଡ଼ିଶା ହେରିଟେଜ୍ ଆୱାର୍ଡସ୍, ବାର୍ଷିକ ଫ୍ୟାସନ୍ ସୋ’ ଓ ଇଣ୍ଟେରିୟର ଡିଜାଇନ୍ ପ୍ରଦର୍ଶନୀ ନବ୍ୟତା-୨୦୨୨ ଅନୁଷ୍ଠିତ ‌ହୋଇଯାଇଛି। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତକଳା ମନ୍ତ୍ରୀ ରୀତା ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଏନ୍‌ଆଇଏଫ୍‌ଡିର ଗ୍ଲୋବାଲ୍ ସିଇଓ ଅନିଲ ଖୋସଲା, ଓସଡମାର ଏମ୍‌ଡି ପ୍ରଦୀପ କୁମାର ଜେନା, ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ, ବିଏମ୍‌ସି ମେୟର ସୁଲୋଚନା ଦାସ ଓ ସ୍ଥପତି ସୁଦର୍ଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଶାର ବିବିଧ, ଜୀବନ୍ତ କଳା ଓ କଳାକୃତି କ୍ଷେତ୍ରର ପ୍ରତିଭାବାନ ଲୋକଙ୍କୁ ଏହି ଅବସରରେ ଓଡ଼ିଶା ହେରିଟେଜ୍ ଆୱାର୍ଡ୍‌ସ ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ‌ହେଲେ ବୁଣାକାର ଅକୁଳ ଚନ୍ଦ୍ର ନନ୍ଦୀ, ଗୋବର କଣ୍ଢେଇ କଳା ପାଇଁ ଶଶିମଣି ମହାରଣା, ତାଳପତ୍ର ଖୋଦେଇ ପାଇଁ କାଳୀ ଚରଣ ପଟ୍ଟନାୟକ, ଗଞ୍ଜାମ ବୋମକାଇ ବୁଣାକାର ଓକିଳା ନୀଳକଣ୍ଠ, ପୋଷାକ ପ୍ୟାଚ୍‌ୱାର୍କ ପାଇଁ ଖଗେଶ୍ୱର ମଲ୍ଲିକ, ପଥର ଖୋଦେଇ ପାଇଁ ଉଦୟ ମହାନ୍ତି, ବାଉଁଶ କଳା ପାଇଁ ସରୋଜିନୀ ଦାସ, ଗୋଲଡେନ୍ ଗ୍ରାସ୍ ୱାର୍କ ପାଇଁ ଦୀପ୍ତିରାଣୀ ବେହେରା, ରଡ୍ କଣ୍ଢେଇ ପାଇଁ ମାଗୁଣି କୁଅଁର ଓ ବୁଣାକର ଶ୍ରୀକର ମେହେର। ଓଡ଼ିଶା ହେରିଟେଜ୍ ଆୱାର୍ଡସ୍‌ର ବିଚାରକ ମଣ୍ଡଳୀରେ ସାମିଲ ଥିଲେ ଦି ଡିଏନ୍ ୱିଜଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲର ପ୍ରତିଷ୍ଠାତା ଟ୍ରଷ୍ଟି ପଞ୍ଚମୀ ମନୁ ଉକିଲ, ଓଡ଼ିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଂଜନ କର ଓ ଉଦ୍ୟୋଗୀ ଧରିତ୍ରୀ ପଟ୍ଟନାୟକ। ଏହି ଅବସରରେ ଆଇଏନ୍‌ଆଇଏଫ୍‌ଡିର ଫ୍ୟାସନ ଡିଜାଇନ ଛାତ୍ରଛାତ୍ରୀମାନେ ଫ୍ୟାସନ ସୋ’ରେ ସେମାନଙ୍କ ପୋଷାକ ସମ୍ଭାରକୁ ପ୍ରଦର୍ଶିତ କରିଥିଲେ ଓ ଇଣ୍ଟେରିୟର ଡିଜାଇନ୍ ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱରର ସେଣ୍ଟର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା ଧନ୍ୟବାଦ ଦେଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe