ଆଖିବୁଜିଲା ଆହତ ଭାଲୁ, ବଞ୍ଚେଇପାରିଲାନି ନନ୍ଦନକାନନ

ଆଖିବୁଜିଲା ଆହତ ଭାଲୁ, ବଞ୍ଚେଇପାରିଲାନି ନନ୍ଦନକାନନ

ବାରଙ୍ଗ: ଗତ ଶନିବାର ନନ୍ଦନକାନନରେ ଚିତି ବୋଡ଼ା ସାପ କାମୁଡ଼ାରେ ଇସ୍ରାଏଲ୍‌ରୁ ଆସିଥିବା ଯୁବା ସିଂହୀ ଗଙ୍ଗା ମରିଥିଲା। ଠିକ୍ ସେହିଦିନ ହିଁ ସେଠାରେ ଟ୍ରାନ୍‌ସମିଟର ଲାଗିଥିବା ଏକ ଅସୁସ୍ଥ ବଜ୍ରକାପ୍ତାର ମଧ୍ୟ ମୃତ୍ୟୁ ହୋଇଥିଲା। ଆଜି ପୁଣି ଏକ ବନ୍ୟଜନ୍ତୁର ମୃତ୍ୟୁ ହୋଇଛି। କୋରାପୁଟରେ ଶିକାରୀ ଗୁଳିରେ ଆହତ ହୋଇ ନନ୍ଦନକାନନକୁ ଆସିଥିବା ୫ ବର୍ଷର ଅଣ୍ଡିରା ଭାଲୁର ଆଜି ମୃତ୍ୟୁ ହୋଇଯାଇଛି। ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚିକିତ୍ସକମାନଙ୍କ ସବୁ ଉଦ୍ୟମ ସତ୍ତ୍ବେ ଭାଲୁଟିକୁ ବଞ୍ଚାଇବା ସମ୍ଭବ ହୋଇନାହିଁ।

ସୂଚନାଯୋଗ୍ୟ, ଗତ ୪ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଭାଲୁକୁ ଉଦ୍ଧାର କରାଯାଇଥିଲା। ଶିକାରୀ ଗୁଳି ମାଡ଼ରେ ତା’ ଆଗ ଦୁଇ ଗୋଡ଼ ପ୍ରାୟ ଅଚଳ ହୋଇଯାଇଥିଲା। ନନ୍ଦନକାନନକୁ ଆଣିବା ପରେ ଓୟୁଏଟି ବିଶେଷଜ୍ଞଙ୍କ ସହାୟତାରେ ଅସ୍ତ୍ରୋପଚାର କରି ଗୁଳି କଢ଼ାଯାଇଥିଲା। ମାତ୍ର ସେତେବେଳକୁ ଭାଲୁଟି ପକ୍ଷଘାତର ଶିକାର ହୋଇସାରିଥିଲା। ଫଳରେ ଗୁଳି ବାହାର କରାଯିବା ପ‌ରେ ବି ସେ ଆଉ ଉଠିପାରିନଥିଲା। ସବୁବେଳେ ଗୋଟିଏ ଜାଗାରେ ପଡ଼ି ରହୁଥିଲା। ଫଳରେ ତା’ର ଦେହରେ ଘା’ ହୋଇଯାଇଥିଲା। ସବୁଦିନ ତା’ର ଘା’କୁ ସଫା କରାଯିବା ସହିତ ତାକୁ ଆବଶ୍ୟକ ଔଷଧ ଦେଇ ଚିକିତ୍ସା କରାଯାଉଥିଲେ ମଧ୍ୟ ଆଜି ଅପରାହ୍ନରେ ସେ ଆଖି ବୁଜିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe