ବିଶ୍ୱ ମଧୁମେହ ଦିବସରେ ଅଭିନବ ବାଲୁକାକଳା

Advertisment

ମଧୁମେହ ଓ ଆନୁଷଙ୍ଗିକ ଜଟିଳତା ଅଧିକ ମାତ୍ରାରେ ଦେଖାଦେଇଥାଏ। ଖରାପ ଜୀବନଶୈଳୀ ପସନ୍ଦ ଏବଂ ଅପର୍ଯ୍ୟାପ୍ତ ରୋଗ ନିର୍ଣ୍ଣୟ ଏହି ମହାମାରୀର ମୁଖ୍ୟ କାରଣ, ଯାହା ମଧୁମେହ ରୋଗୀଙ୍କ ମଧ୍ୟରେ ହୃଦୟ ଏବଂ କିଡନୀ ରୋଗର ଉଦବେଗଜନକ ହାର ସୃଷ୍ଟି କରିଛି।

ମଧୁମେହ ଓ ଆନୁଷଙ୍ଗିକ ଜଟିଳତା ଅଧିକ ମାତ୍ରାରେ ଦେଖାଦେଇଥାଏ। ଖରାପ ଜୀବନଶୈଳୀ ପସନ୍ଦ ଏବଂ ଅପର୍ଯ୍ୟାପ୍ତ ରୋଗ ନିର୍ଣ୍ଣୟ ଏହି ମହାମାରୀର ମୁଖ୍ୟ କାରଣ, ଯାହା ମଧୁମେହ ରୋଗୀଙ୍କ ମଧ୍ୟରେ ହୃଦୟ ଏବଂ କିଡନୀ ରୋଗର ଉଦବେଗଜନକ ହାର ସୃଷ୍ଟି କରିଛି।

b8764772-3110-4650-9a93-c47521f24c63

ଭୁବନେଶ୍ୱର: ଭାରତକୁ ବିଶ୍ୱର ମଧୁମେହର ରାଜଧାନୀଭାବେ ଅନେକ ବର୍ଣ୍ଣନା କରିଥାନ୍ତି। ମଧୁମେହ ଓ ଆନୁଷଙ୍ଗିକ ଜଟିଳତା ଅଧିକ ମାତ୍ରାରେ ଦେଖାଦେଇଥାଏ। ଖରାପ ଜୀବନଶୈଳୀ ପସନ୍ଦ ଏବଂ ଅପର୍ଯ୍ୟାପ୍ତ ରୋଗ ନିର୍ଣ୍ଣୟ ଏହି ମହାମାରୀର ମୁଖ୍ୟ କାରଣ, ଯାହା ମଧୁମେହ ରୋଗୀଙ୍କ ମଧ୍ୟରେ ହୃଦୟ ଏବଂ କିଡନୀ ରୋଗର ଉଦବେଗଜନକ ହାର ସୃଷ୍ଟି କରିଛି। ଏହି ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ଏକ ଅଭିନବ ପ୍ରୟାସରେ ମ୍ୟାନକାଇଣ୍ଡ ଫାର୍ମା, ୱିନ୍ ଓଭର ଡାଇବେଟିସ୍ ଏଭରିଡେ ଏବଂ ରିସର୍ଚ୍ଚ ସୋସାଇଟି ଫର ଡାଇବେଟିସ୍ ଇନ୍ ଇଣ୍ଡିଆ (ଆରଏସଏସଡିଆଇ) ସହଯୋଗରେ ଚଳିତ ବିଶ୍ୱ ମଧୁମେହ ଦିବସରେ ଏକ ପ୍ରଭାବଶାଳୀ ବାଲୁକାକଳା ପ୍ରୟାସ ମାଧ୍ୟମରେ ପ୍ରାରମ୍ଭିକ ମଧୁମେହ ନିର୍ଣ୍ଣୟ, ଖାଦ୍ୟ ଏବଂ ବ୍ୟାୟାମର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରୁଛି।

"ସଚେତନତା ମାଧ୍ୟମରେ ପ୍ରତିରୋଧ"ର ଗୁରୁତ୍ୱପୂର୍ଣ୍ଣ ବାର୍ତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ବାଲୁକାକଳା ମଧୁମେହ ସହିତ ଜଡିତ ହୃଦୟ ଏବଂ କିଡନୀ ଜଟିଳତାର ବିପଦକୁ ହ୍ରାସ କରିବା ପାଇଁ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ, ନିୟମିତ ସ୍ୱାସ୍ଥ୍ୟ ଯାଂଚ ଏବଂ ଜୀବନଶୈଳୀ ପରିବର୍ତନ ପାଇଁ ଏକ ସକ୍ରିୟ ଆଭିମୁଖ୍ୟର ଗୁରୁତ୍ୱକୁ ସୂଚାଉଛି।

ମଧୁମେହ କେବଳ ଏକ କ୍ରନିକ ରୋଗ ନୁହେଁ; ଏହା ଏକ ବ୍ୟବସ୍ଥାଗତ ସମସ୍ୟା ଯାହା ସାମଗ୍ରିକ ସ୍ୱାସ୍ଥ୍ୟ, ବିଶେଷକରି ହୃଦୟ ଏବଂ କିଡନିକୁ ପ୍ରଭାବିତକରେ।

ଏହି ଅବସରରେ ମ୍ୟାନକାଇଣ୍ଡ ଫାର୍ମାର ଡେପୁଟି ଜେନେରାଲ ଅଫ୍ ମେଡିକାଲ ଆଫେୟାର୍ସ, ଡାକ୍ତର ପ୍ରଶାନ୍ତ ଅଗ୍ରୱାଲ ସକ୍ରିୟ ସ୍ୱାସ୍ଥ୍ୟ ପରିଚାଳନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିକହିଛନ୍ତିଯେ, "ମଧୁମେହ କେବଳ ଏକ କ୍ରନିକ ରୋଗ ନୁହେଁ; ଏହା ଏକ ବ୍ୟବସ୍ଥାଗତ ସମସ୍ୟା ଯାହା ସାମଗ୍ରିକ ସ୍ୱାସ୍ଥ୍ୟ, ବିଶେଷକରି ହୃଦୟ ଏବଂ କିଡନିକୁ ପ୍ରଭାବିତକରେ। ଏହି ପଦକ୍ଷେପ ମାଧ୍ୟମରେ, ଆମେ ଲୋକଙ୍କୁ ସତର୍କ ରହିବାକୁ, ନିୟମିତ ସ୍କ୍ରିନିଂ ଅଭ୍ୟାସ ଗ୍ରହଣ କରିବାକୁ ଏବଂ ଜୀବନଶୈଳୀରେ ସକାରାତ୍ମକ ପରିବର୍ତନ ଆଣିବାକୁ ଉତ୍ସାହିତ କରିବାକୁ ଚାହୁଁଛୁ। ସନ୍ତୁଳିତ ଖାଦ୍ୟ ଏବଂ ନିରନ୍ତର ବ୍ୟାୟାମ ସହିତ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ସ୍ୱାସ୍ଥ୍ୟ ଫଳାଫଳରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିବ ଏବଂ ଗୁରୁତର ଜଟିଳତାର ଆଶଙ୍କାକୁ ହ୍ରାସକରିପାରିବ।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe