ଦରଦାମ ବୃଦ୍ଧି ବିରୋଧରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

Advertisment
ଦରଦାମ ବୃଦ୍ଧି ବିରୋଧରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ତୈଳ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ବୁଧବାର ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବରମୁଣ୍ଡା ପେଟ୍ରୋଲ ପମ୍ପ ସମ୍ମୁଖରେ ଅଭିନବ ପ୍ରତିବାଦ କରାଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ କର୍ମୀମାନେ ବରମୁଣ୍ଡା ବସଷ୍ଟାଣ୍ଡରୁ ବାହାରି ବରମୁଣ୍ଡା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ଲାକାର୍ଡ ବାଣ୍ଟି ଲୋକଙ୍କୁ ସଚେତନ କରାଇଥିଲେ। ଶ୍ରୀ ଲେଙ୍କା ଏକ ଟ୍ରଲିରେ ବାଇକ୍‌ ଲଦି ଟ୍ରଲି ଟାଣିବା ସହ ତୈଳ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହ୍ରାସ ପାଇଁ ଦାବି କରିଥିଲେ।

ଦେଶର ଗରିବ ଜନସାଧାରଣଙ୍କୁ ଲାତ ମାରି, ଯୁବପିଢ଼ିଙ୍କୁ ବେରୋଜଗାରର ରାସ୍ତାକୁ ଠେଲି ଦେଇ ମୋଦୀ ସରକାର କେବଳ ନିର୍ଦ୍ଦିଷ୍ଟ କେତେଜଣ ପୁଞ୍ଜିପତିଙ୍କ ସମ୍ପତ୍ତି ବଢ଼ାଇ ଚାଲିଛନ୍ତି ବୋଲି ସେ କହିଥିଲେ। ଅପରପକ୍ଷରେ ନିକଟରେ ଦେଶର ୫ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏବେ ଦରଦାମ ଆକାଶ ଛୁଆଁ ହୋଇଛି। ତେଣୁ ସରକାର ତୁରନ୍ତ ଏଭଳି ହୀନ ରାଜନୀତିରୁ ଓହରି ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେ ଗ୍ରହଣ ନିଅନ୍ତୁ। ନଚେତ ଆଗାମୀ ଦିନରେ ଯୁବ କଂଗ୍ରେସ ରାଜ୍ୟବ୍ୟାପୀ ଜନଆନ୍ଦୋଳନ କରିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ସମ୍ରାଟ କେଶରୀ ଜେନା, ଶୈଳେଶ ତିୱାରୀ, ରିତୁଲ ମହାରଣା, ଆଶୁତୋଷ ଲେଙ୍କା, ରାକେଶ କୁମାର ଦାସ, ସୁଶାନ୍ତ ଘଡ଼େଇ, ନୀଳାଚଳ ବେହେରା, ସୁଶାନ୍ତ ଭୋଇ, ରାକେଶ ବେହେରା, ସଞ୍ଜୟ ଭୋଇଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe